ବୌଦ୍ଧରେ ୧୯ ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ

0 183

ବୌଦ୍ଧ,୨୧/୨:- ଆଜି ବୌଦ୍ଧ ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୧୯ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂପୂର୍ଣ୍ଣ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ୨ ଶହରୁ ଅଧିକ ଶିକ୍ଷାବିତ୍‌ ପ୍ରଥମେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ କରିଥିଲେ । ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ଉପସ୍ଥିତ ହୋଇ କହିଥିଲେ ଯେ ଗତ ୨୩ ଜାନୁୟାରୀ ୧୯୯୯ ମସିହାରେ ଖ୍ରୀଷ୍ଟିୟାନ ପାଦ୍ରୀ ଗ୍ରାହମ୍‌ଷ୍ଟେନ୍ସ୍‌ଙ୍କୁ ହତ୍ୟା କରାଯାଇଥିଲା । ସେହିଦିନଠାରୁ ଷଡଯନ୍ତ୍ରକାରୀ ହିସାବରେ ଦାରାସିଂ ୨୪ ବର୍ଷ ହେବ ଜେଲ୍‌ରେ ଅଛନ୍ତି । ଗତ ୨୩ ଅଗଷ୍ଟ ୨୦୦୮ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଅଥଚ ଷଡଯନ୍ତ୍ରକାରୀ ରାଜ୍ୟସଭା ଏମ୍‌ପି ଆଜି ଯାଏଁ ଗିରଫ ହୋଇନାହାଁନ୍ତି । ଆମ ଦେଶରେ ଖ୍ରୀଷ୍ଟିୟାନ ଏବଂ ହିନ୍ଦୁଙ୍କ ପାଇଁ କଣ ଅଲଗା ଅଲଗା ନିୟମ ଅଛି କି ବୋଲି ଇଂ. ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି । ତେଣୁ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବା ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଆଜିର ସମ୍ମିଳନୀ ମାଧ୍ୟମରେ ବିନମ୍ର ନିବେଦନ କରିଛନ୍ତି ଇଂ. ହୋତା ।ମହାତ୍ମା ଦିଲ୍ଲେଶ୍ୱରା ନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ପରମାତ୍ମା”ଙ୍କ ସାନିଧ୍ୟ ଲାଭ କରିବାର ପ୍ରକୃତ ମାର୍ଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉତ୍ତରପ୍ରଦେଶର ସନ୍ଥ ଶ୍ରୀ ଟିକେଶ୍ୱର ମହାରାଜ, ସତ୍ୟ ସନାତନ ପ୍ରଜା ସମିତିର ରାଜ୍ୟ ସଭାପତି ଦେବାଶିଷ ହୋତା ଯୋଗ ଦେଇଥିଲେ । ବୌଦ୍ଧ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ପ୍ରଧାନ ଆଚାର୍ଜ୍ୟ ଧରଣୀ ଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − 1 =