ବୌଦ୍ଧ,୧୪/୯ – ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ଚାରିଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକ ଯୋଗେ ବୌଦ୍ଧକୁ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ଚାରିଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
![](https://hiranchallive.in/wp-content/uploads/2020/09/Boudh-mruta-bike...-1024x484.jpg)
ଡାକ୍ତର ଅଶ୍ୱିନୀ ପ୍ରସନ୍ନ ପ୍ରଧାନ (୨୭ ବର୍ଷ )ଙ୍କୁ ମୃତ ଘୋଷଣା କରିଥିବା ବେଳେ ସତ୍ୟ ନାରାୟଣ ପ୍ରଧାନ (୨୫ ବର୍ଷ )ଙ୍କୁ ଗୁରୁତର ଥିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ । ଉଭୟ ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର । ତାଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଗୁରୁତର ଆହତ ସତ୍ୟ ନାରାୟଣ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)