ବୌଦ୍ଧ: ଜିଲ୍ଲା କଂଗ୍ରେସ କମିଟି ତରଫରୁ ୬ ଘଣ୍ଟିଆ ବନ୍ଦ୍‌ ପାଳିତ

0 618

ବୌଦ୍ଧ,୬/୯- ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବିନେଇ ସକାଳ ୬ଘଣ୍ଟାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ୍‌ ପାଳିତ ହୋଇଯାଇଛି । ଗାଡିମୋଟର, ଦୋକାନବଜାର , ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, କୋର୍ଟ କଚେରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ବନ୍ଦ ପାଳନରେ ସାମିଲ ହୋଇ ସହରର ବ୍ରିଜଛକ, ଏନଏସି ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇଥିଲେ । ସକାଳ ୧୦ଟା ସମୟରେ ଜଜ୍‌ମାନେ କୋର୍ଟ ପରିସରକୁ ଆସିଥିବାବେଳେ ଆନ୍ଦୋଳନକାରୀମାନେ ଜିଲ୍ଲା ଜଜ୍‌ଙ୍କ ସହ ଆଲୋଚନା କରିବାପରେ ସେମାନେ ଫେରିଯାଇଥିଲେ । ୮ ଦଫା ଦାବିନେଇ ବନ୍ଦ ପାଳନ କରାଯାଇଥିବାବେଳେ ଦାବିଗୁଡିକ ମଧ୍ୟରେ ବୌଦ୍ଧଜିଲ୍ଲାକୁ ତୁରନ୍ତ ସମ୍ବଲପୁର (ଉତ୍ତରାଞ୍ଚଳ) ରାଜସ୍ୱ ଡିଭିଜନ (ଆରଡିସି)ରେ ସାମିଲ, ଜିଲ୍ଲାରେ ଆଉ ଏକ ନୂତନ ସବଡିଭିଜନ ଘୋଷଣା, ଜିଲ୍ଲାପରିଷଦ ସଦସ୍ୟ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନର୍ଗଠନ କରାଯାଇ ମନମୁଣ୍ଡା, ବାଉଁଶୁଣୀ ଓ ବଘିଆପଡାକୁ ନୂତନ ବ୍ଲକ କରିବାକୁ, ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଗ୍ରାମପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧କୁ ବୃଦ୍ଧି କରିବାକୁ, ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ମାନ୍ୟତା ପ୍ରଦାନ କରାଯାଇ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ମାନ୍ୟତା ପ୍ରଦାନ, ଜିଲ୍ଲାରେ ଥିବା ଥାନାସଂଖ୍ୟା ୬ରୁ ୧୦ ବୃଦ୍ଧି କରାଯାଇ ଘଣ୍ଟାପଡା, ଶଗଡା, ବଘିଆପଡା ଓ ଆଡେଣିଗଡକୁ ଥାନାର ମାନ୍ୟତା ପ୍ରଦାନ କରାଯାଇ ଦପଲା, ପଲସାଗୋରା, ସାହାଜପାଲ, ମର୍ଯ୍ୟାକୁଦ, ଧଳପୁର, ବୀରନରସିଂହପୁର ଓ ମହାଲିକପଡା ଠାରେ ନୂତନ ପୋଲିସ ଫାଣ୍ଡି ସ୍ଥାପନ ଓ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରାଯିବା ପ୍ରମୁଖ ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଆଜିର ଏହି ବନ୍ଦ୍‌ରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, ସୁଧୀର କୁମାର କର୍ଣ୍ଣ, ପିସିସି ସଭ୍ୟ ରାୟ ସଞ୍ଜିବ କୁମାର ଦେଓ, ଏସସି ସେଲ୍‌ର ଜାମିନୀ ମୁଖୀ, କୋଷ।।ଧ୍ୟକ୍ଷ ପ୍ରଦିପ ଦାସ, କର୍ମୀ ଶିବଚରଣ ବେହେରା, ତାରିଣୀ ଜେନା, ଗଣେଶ ଅଗ୍ରୱାଲା, ଚିତ୍ତ ବେହେରା, ମହିଳା କଂଗ୍ରେସ ସଭାପତି ସବିତା ମହାକୁଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

twelve + two =