ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

0 101

ବୌଦ୍ଧ,୨୯ା୧୦ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଲିନିକକୁ ସିଲ୍‌ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଡାଇଗ୍ନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି । ଚଢାଉ ସମୟରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେରସୁଲ, ଡା .ବିଜୟ କୁମାର ଦାଶ, ଜିଲ୍ଲା ଡ୍ରଗ ଇନିସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ । ଏନେଇ ଜିଲ୍ଲା ଡ୍ରଗ ଇନିସପେକ୍ଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍‌ ପଂଜିକରଣ ପ୍ରମାଣପତ୍ର) ନଥିବାରୁ କ୍ଲିନିକ୍‌ ଗୁଡିକୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight − 6 =