ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ

0 80

ବୌଦ୍ଧ,୧୭/୧୧:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଡିସେମ୍ବର ମାସରେ ଧାନକ୍ରୟ ଅ ।ରମ୍ଭ ହେବ । କଣ୍ଟାମାଳ , ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ରହିଥିବା ସମସ୍ତ ଧାନମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ । ଖରିଫ ଧାନ ବିକ୍ରୟ ପାଇଁ ଜିଲାରେ ୪୫୧୪୮ ଜଣ ଚାଷୀ ପଂଜିକୃତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନକ୍ରୟ କମିଟି ବୈଠକ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଧାନ ମଣ୍ଡିରେ ଚାଷୀ ମାନେ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିସହିତ ଧାନମଣ୍ଡି ଗୁଡିକରେ ଚାଷୀମାନଙ୍କ ପାଇଁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ , ବିଧାୟକ ଓ ସାଂସଦଙ୍କ ପ୍ରତିନିଧି , ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ କୁମାର ପଟ୍ଟନାୟକ, ମିଲର୍ସ, ଚାଷୀ ନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two + four =