ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

0 367

ବୌଦ୍ଧ,୩୦/୧୦- ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଏବେ ବିଦ୍ରୋହର ସ୍ୱର ଉଠିଥିବାବେଳେ ବୌଦ୍ଧ ଜିଲ୍ଲାରେ ଏହି ଆନ୍ଦୋଳନକୁ ଯୋରଦାର କରିଛି ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ ଏବଂ ଘଟଣାର ସି.ବି ଆଇ ତଦନ୍ତ ଦାବିରେ ଆଜି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧଜିଲ୍ଲା ଡାକରା ଦିଆଯାଇଥିବାବେଳେ ବନ୍ଦ୍‌ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ବିଜେପି ତରଫରୁ ଦିଆଯାଇଥିବା ବନ୍ଦ୍‌ ଡାକରାରେ ସହରର ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କୋର୍ଟ କଚେରୀ ବନ୍ଦ ରହିଛି । ସେହିପରି ପୋଷ୍ଟ ଅଫିସ, ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା କର୍ମୀ, ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା ସାମିଲ ହୋଇ ପିକେଟିଂ କରି ବ୍ରିଜ ଛକ ଠାରେ ରାସ୍ତା ଅବରୋଧ କରିଥିବାରୁ ଯାନବାହନ ରାସ୍ତା ପାଶ୍ୱର୍ରେ ଅଟକି ରହିଛି ।

hiring

ଯାନବାହନ ଚଳାଚଳ ବନ୍ଦଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୌଦ୍ଧସହରରେ ବନ୍ଦପାଳନରେ ସାଧାରଣ ସଂପାଦକ ସତ୍ୟାନନ୍ଦ ପାଣ୍ଡେ, ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ପୂର୍ବତନ ବିଜେପି ସଭାପତି ମନୋରଞ୍ଜନ ଦାଶ, ସୌମିତ୍ରୀ ନାୟକ, ନଗର ସଭାପତି ବ୍ୟୋମକେଶ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ବନମାଳୀ ରଣା, ମହିଳାମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ଉପସଭାନେତ୍ରୀ ନମିତାରାଣୀ ଦାଶ, ବୌଦ୍ଧଜିଲ୍ଲା ବିଜେପି ମୁଖପାତ୍ର ପ୍ରେମାନନ୍ଦ ମିଶ୍ରଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ । ସେହିପରି ହରଭଙ୍ଗା ବ୍ଲକରେ ମଧ୍ୟ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି । ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନ୍ଦ୍‌ ପାଳନ କରାଯାଇଛି । ଶତାଧିକ କର୍ମୀ ବନ୍ଦ୍‌ ପାଳନରେ ସାମିଲ ହୋଇ ଦୋକାନ ବଜାର, ଯାନବାହନ ଚଳାଚଳ, ସ୍କୁଲ କଲେଜ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ପୋଷ୍ଟଅଫିସକୁ ବନ୍ଦ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + three =