ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ

0 218

ବୌଦ୍ଧ,୧୧/୧୧- ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟ୍ରାଙ୍ଗୁଲାର କମିଟି ବୈଠକରେ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସଂସ୍ଥାପନ ଅଧିକାରୀ ଶାନ୍ତିସୁଧା ପାତ୍ରଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏଥିସହିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ, ଜିଲ୍ଲା ପରିଷଦ ପିଏ ଅମୂଲ୍ୟନାଥ ପାଢୀ, ଜିଲ୍ଲା କୌଶଳ ସଂଯୋଜକ, ଡିଆରଡିଏ(ଓରମାସ) ର ଅଜୟ କୁମାର ମେହେର, ସଞ୍ଜୟ ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଏବଂ କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଏବଂ ଜିଲ୍ଲା ସଂଗ୍ରହାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ମହାଲିକ ଜିଲ୍ଲା ସଂଗ୍ରହାଳୟର ପର୍ଯ୍ୟଟନ ପ୍ରକୋଷ୍ଠ, ରାଜକୀୟ ପ୍ରକୋଷ୍ଠ, ଐତିହାସିକ ଓ ପ୍ରତ୍ନତତ୍ତ୍ୱ ବିଭାଗ, ଉନ୍ନୟନମୂଳକ ପ୍ରକଳ୍ପ, ହସ୍ତତନ୍ତ୍ର ପ୍ରକୋଷ୍ଠ, ବୌଦ୍ଧର ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କ ପ୍ରକୋଷ୍ଠ, ପୁରାତନ ଅଭିଲେଖାଗାର ପ୍ରମୁଖ ବୁଲି ଦେଖିବାପରେ ସେ ଅଭିଭୂତ ହୋଇଯାଇଥିଲେ । ବୌଦ୍ଧ ସଂଗ୍ରହାଳୟକୁ ଦେଖି ସେ ବହୁତ ଖୁସି ହେବା ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ସଂଗ୍ରହାଳୟ ପ୍ରତି ଥିବା ଆଭିମୁଖ୍ୟକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ସେ ସଂଗ୍ରହାଳୟ ସ୍ଥିତ ଓରମାସ ଷ୍ଟଲରୁ ସେ ବିଭିନ୍ନ ସାମଗ୍ରୀ କିଣିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =