ବୌଦ୍ଧରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

0 152

ବୌଦ୍ଧ,୧୩/୧୧- ଆଜି ସ୍ଥାନୀୟ ଟାଉନହଲ ଠାରେ ଆଇନ ସମ୍ବନ୍ଧିତ ଏକ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜଜ୍‌ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଏସପି ରବୀନ୍ଦ୍ର କୁମାର ରାଉତ, ଫେମିଲି ଜଜ୍‌ ପ୍ରସନ୍ନ କୁମାର କର୍ଣ୍ଣ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ସୁଶ୍ରୀ ପଣ୍ଡା ଆଇନର ବିଭିନ୍ନ ଦିଗ ଉପରେ ବୁଝାଇବାସହ ଗରିବ ଜନସାଧାରଣ କିପରି ଏହି ଆଇନର ସହାୟତା ନେଇପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଫେମିଲି ଜଜ୍‌ ପ୍ରସନ୍ନ କର୍ଣ୍ଣ ଗରିବ ଜନସାଧାରଣ କୌଣସି କେଶ୍‌ ଲଢିବା ପାଇଁ ଯଦି ଓକିଲ ଦେଇପାରୁନଥିବେ ତେବେ ସରକାରଙ୍କ ତରଫରୁ ତାଙ୍କୁ ଓକିଲ ଯୋଗାଇ ଦିଆଯିବ ବୋଲି କହିଥିଲେ । ବିଭିନ୍ନ ଆଇନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ସରକାରଙ୍କ ପ୍ରଦତ୍ତ ସ୍କିମକୁ ବିଭିନ୍ନ କ୍ୟାଂପ ମାଧ୍ୟମରେ ପ୍ରଚାରପ୍ରସାର କରିବାକୁ କହିଥିଲେ । ଏହି ଅବସରରେ ବିଭିନ୍ନ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

hiring

ବିବାହ ସହାୟତା ରାଶି, ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ପିଲାମାନଙ୍କୁ ଚେକ୍‌, ହିତାଧିକାରୀଙ୍କୁ ଜମିପଟ୍ଟା, ଲେବରକାର୍ଡ, ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଆଜି ଅନୁଷ୍ଠିତ ହୋଇଥିବା ମେଗା ଶିବିରରେ ମାମିନା ପାଢୀ ଓ ବିନୀତ ମହାନ୍ତି ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଜନସାଧାରଣଙ୍କ ସୂଚନା ପାଇଁ ବନବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା, ସାମାଜିକ ସୁରକ୍ଷା, ମିଶନଶକ୍ତି, ପରିବହନ ବିଭାଗ, ଉଦ୍ୟାନ ବିଭାଗ, ଏନଏସି, କୃଷିବିଭାଗ, ଶ୍ରମବିଭାଗ, ସ୍ୱାସ୍ଥ୍ୟବିଭାଗ ଆଦି ୧୦ଟି ଷ୍ଟଲ ଖୋଲାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲା ଏବଂ ସେସନ ଜଜ୍‌ ସତ୍ୟନାରାୟଣ ଷଢଙ୍ଗୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟର, ସିଭିଲ କୋର୍ଟ, ପ୍ରିତିଶ କୁମାର ରାଉତରାୟ, ସିନିଅର ସିଭିଲ ଜଜ୍‌ ଦୁର୍ବାସା ଦୁର୍ଗା, ସେକ୍ରେଟାରୀ, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଚରଣଜିତ ଓରାମ, ଉପଖଣ୍ଡ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସୁମିତ୍ରା ସାହୁ, ସିଭିଲ ଜଜ୍‌ (ଜୁନିଅର ଡିଭିଜନ ପ୍ରୋବେଶନର ବିକାଶ କିରଣ ମିଶ୍ର, ଜ଼ିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

18 − five =