ଆନ୍ଧ୍ରପ୍ରଦେଶରୁ ଦାଦନ ଶ୍ରମିକଙ୍କ ମୃତଦେହ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

0 118

ବୌଦ୍ଧ,୩/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଟିକୁନୁ ସେଠୀ ଗତ ୩ମାସ ତଳେ ଆନ୍ଧ୍ରପ୍ରଦେଶକୁ କାମ ପାଇଁ ଯାଇଥିଲେ । ସେଠାରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ବିଭାବରମରେ ଦାଦର ଏକ୍ସପୋର୍ଟ ନାମକ ଏକ କଂପାନୀରେ କାମ କରୁଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖ ସକାଳେ କଂପାନୀର ହଷ୍ଟେଲରେ ତାର ମୃତଦେହ ଠାବ କରାଯାଇଥିଲା । ତାଙ୍କର ନିକଟତମ ସହଯୋଗୀ ମାନଙ୍କ ଠାରୁ ଖବରପାଇ କଂପାନୀ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କଂପାନୀ କର୍ତ୍ତୃପକ୍ଷ ତାଙ୍କର ମୃତ୍ୟୁ ହାର୍ଟଆଟାକରେ ହୋଇଥିବା ସୂଚନା ଦେଇଛନ୍ତି । ତାପରେ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କ ଭାଇ ଅସମର୍ଥ ଥିଲେ ସେଠାକୁ ଯିବାପାଇଁ । ଏଣୁ ଜିଲ୍ଲା ପ୍ରଶାସନର ସହଯୋଗ ନେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନଙ୍କୁ ଉକ୍ତ କେଶର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିଲା ।

hiring

ପରେ ଶ୍ରମ ଅଧିକାରୀ କଂପାନୀର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ତାଙ୍କ ବଡଭାଇଙ୍କ ସମେତ ଗ୍ରାମର ଅନ୍ୟ ୫ଜଣ ଲୋକଙ୍କୁ ସେଠାକୁ ପଠାଇ ଭାଇର ଶବ ବ୍ୟବଚ୍ଛେଦ ସହିତ ତାର ଶବକୁ ଆମ୍ବୁଲାନସ ଯୋଗେ ନିଜ ଗ୍ରାମର ରାମଗଡକୁ ଆଣିଥିଲେ । ମୃତ ଦାଦନ ଶ୍ରମିକର ଶେଷକୃତ୍ୟ ସଂପନ୍ନ ନିମନ୍ତେ କଂପାନୀ କର୍ତ୍ତୃପକ୍ଷ ୫୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଅବଶିଷ୍ଟ ଆର୍ଥିକ ରାଶି ପରେ ପ୍ରଦାନ କରାଯିବ ବୋଲି କଂପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ଦାଦନ ମୃତ ଶ୍ରମିକଙ୍କୁ ଉଦ୍ଧାର କରିବାରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen + five =