ବୌଦ୍ଧଜିଲ୍ଲା ପୋଲିସର ଜରୁରୀକାଳୀନ ଉଦ୍ଧାର ଭ୍ୟାନ ସେବାର ଶୁଭାରମ୍ଭ

0 254

ବୌଦ୍ଧ,୨୩/୪:- ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସର ଜରୁରୀକାଳୀନ ଦୁଇଟି ଉଦ୍ଧାର ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସପି ଧୀରେନ୍ଦ୍ର କୁମାର ସ୍ୱାଇଁ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ପୋଲିସ ଆରଆଇ ମଧୁସୂଦନ ମହାପାତ୍ର, ବୌଦ୍ଧ ଆଦର୍ଶଥାନା ଅଧିକାରୀ ମାଧବାନନ୍ଦ ନାୟକ, ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ସେବା ସମସ୍ତ ଜନସାଧାରଣ ୧୧୨ନମ୍ବରକୁ ଡାଏଲ କରି ପାଇପାରିବେ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି ଦୁଇଟି ଭ୍ୟାନରୁ ଗୋଟିଏ ବୌଦ୍ଧ ଥାନା ଅଞ୍ଚଳ ଓ ଅନ୍ୟଟି ମନମୁଣ୍ଡା ଥାନା ଅଞ୍ଚଳରେ ସେବା ଯୋଗାଇବ । ତେଣୁ ବୌଦ୍ଧ ଓ ମନମୁଣ୍ଡାର ଜନସାଧାରଣଙ୍କୁ ଯେତେବେଳେ ବି ଏହି ସେବାର ଆବଶ୍ୟକତା ପଡିବ ସେତେବେଳେ ୧୧୨ ନଂ ରେ ଫୋନକରି ସେବାର ସୁଫଳ ପାଇପାରିବେ ବୋଲି ଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୋଲିସର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × three =