ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

0 175

ବୌଦ୍ଧ,୧୧/୧:-ବୌଦ୍ଧ ବ୍ଲକ ଜାନୁଆରୀ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମ ଆଧାରରେ ଉକ୍ତ ବୈଠକ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଭାରପ୍ରାପ୍ତ ଅଧ୍ୟକ୍ଷା ସୋନାଲିକା ଦାସ ଓ ଶିକ୍ଷକ ନରେନ୍ଦ୍ର କୁମାର ଦାସ ମଞ୍ଚାସୀନ ଥିଲେ । କୋଭିଡ କଟକଣା ପାଇଁ ପିଲାଙ୍କ ସ୍କୁଲ ଆସିବା ବନ୍ଦ ହୋଇଯିବାରୁ କିପରି ପିଲାମାନେ ଆଭାସି ମାଧ୍ୟମରେ ପଢିବେ, ଓମିକ୍ରନ ପାଇଁ ସଚେତନ ରହି ଶିକ୍ଷକମାନେ ବିଦ୍ୟାଳୟ କାର୍ଯ୍ୟ କରିବେ, ଜମିପଟ୍ଟା ପାଇଁ ଯେଉଁମାନେ ଆବଶ୍ୟକ ଆବେଦନ କାଗଜପତ୍ର ଦେଇନାହାନ୍ତି ଏବଂ ୟୁ ସି ଆସନ୍ତା ୨୦ତାରିଖ ଭିତରେ ଦେବେ । ଓଡିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ନିମନ୍ତେ ଅଧିକ ପିଲା ଆବେଦନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ସୂଚନା ଦେଇଥିଲେ । ଆସନ୍ତା ୧୯ଜାନୁଆରୀ ଭିତରେ ଅନଲାଇନରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ପାଇଁ ନାମ ଲେଖାଇବା ସକାଶେ ଆବେଦନ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷା ସୋନାଲିକା ଦାସ ଓ ନରେନ୍ଦ୍ର କୁମାର ଦାସ ବିସ୍ତୃତ ସୂଚନା ସିଆରସିସି ମାନଙ୍କୁ ଜଣାଇଥିଲେ । ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର ପିଲାମାନେ କିପରି ସାଧାରଣ ମୌଳିକ ସାକ୍ଷରତା ଓ ଅଙ୍କଜ୍ଞାନ ହାସଲ କରିବେ ଆଲୋଚନା କରିଥିବାବେଳେ ସିଆରସିସି ରାଜକୁମାର ପ୍ରଧାନ କୋଭିଡ ପାଇଁ ପିଲାମାନେ ସ୍କୁଲକୁ ଆସୁନଥିବାରୁ ସେମାନଙ୍କୁ ଆଭାସି ମାଧ୍ୟମରେ ସୂଚନା ଦେବା, ଦିଆଯାଇଥିବା ଭାଷା ଓ ଗଣିତ ଅଭ୍ୟାସ ପୁସ୍ତିକାର ପର୍ଯ୍ୟାପ୍ତ ଅଭ୍ୟାସ ଦ୍ୱାରା ଶ୍ରେଣୀୱାରୀ ଦକ୍ଷତାର ବିକାଶ କରିବାକୁ ହେବ ବୋଲି ମନ୍ତବ୍ୟ ଦେଇଥିଲେ । ଅନାଦି ଚରଣ ବେହେରା, ସନତ କୁମାର ବାରିକ ନିଜନିଜର ମତ ପ୍ରଦାନ କରିଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦଳବେହେରା ବିଭାଗୀୟ ସୂଚନା ଯଥା ମୋ ସ୍କୁଲ ଅଭିଯାନର ୟୁ ସି, ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ, କାଉନସିଲିଙ୍ଗ ଶିକ୍ଷକ ତାଲିକା, ରୋଷେଇ ସାମଗ୍ରୀର ତଥ୍ୟ ଆଦି ବିଷୟରେ ଆଲୋଚନା କରିଥିଲେ । ଏମ ଆଇ ଏସ କମ ପେଡାଗୋଜି କୋଡିନେଟର ଛନ୍ଦାରଣୀ ପ୍ରଧାନ ପ୍ରବନ୍ଧପୋର୍ଟାଲ ଓ ନୂତନ ବିଦ୍ୟାଳୟ ପାଇଁ ଆବେଦନ ଏବଂ ୟୁ ଡାଏସ କୋର୍ଡର ସୂଚନା ଦେଇଥିଲେ । କାର୍ଯ୍ୟାଳୟର ବି ଆର ପି ଭାଗ୍ୟବତୀ ସାହୁ, ସି ଆର ସି ସି ବିଜୟ କୁମାର ଭୋଇ, ଲବକିଶୋର ପ୍ରଧାନ, ସଞ୍ଜୟ କୁମାର ଦେହୁରୀ, ଶେଷଦେବ ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ସନ୍ତୋଷ କୁମାର କର୍ଣ୍ଣ, ଅରବିନ୍ଦ ମହାଲିକଙ୍କ ସମେତ ବ୍ଲକର ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର କରଡିଆ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 − seven =