ଦୁଇଦିନିଆ ବୌଦ୍ଧଗସ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ

0 100

ବୌଦ୍ଧ,୨ା୧୧ : ବୌଦ୍ଧଜିଲ୍ଲାର ୧୦୮ ଟି ଗ୍ରାମକୁ ଫାଇଲେରିଆ ମୁକ୍ତ ଭାବରେ ବଛା ଯାଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଦୁଇଦିନିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା କିଛି ଗ୍ରାମ ପରିଦର୍ଶନ କରିବା ସହିତ ବିଭିନ୍ନ ତଥ୍ୟ ସଂପର୍କରେ ଅନୁଧ୍ୟ।।ନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ୬ ବର୍ଷରୁ ୭ ବର୍ଷର ଶିଶୁଙ୍କୁ ବାତଜ୍ୱର ସଂପର୍କିତ ପରୀକ୍ଷା କରିବା ସହିତ ସେମାନଙ୍କ ମନୋରଞ୍ଜନ ପାଇଁ ଚିତ୍ରାଙ୍କନ କରିବାକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ପ୍ରତ୍ୟେକ ବ୍ଲକରୁ ତିନୋଟି ଲେଖାଏଁ ଟିମ ଗଠନ କରାଯାଇ ବାତଜ୍ୱର ପରୀକ୍ଷା କରାଯିବ । ଏହି ଟିମ୍‌ରେ ଆଶା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଲେବରେଟୋରୀ ଆସିଷ୍ଟାଣ୍ଟ ଯୋଗଦେଇ ଶିଶୁମାନଙ୍କ ବାତଜ୍ୱର ପରୀକ୍ଷା କରିବେ ।

hiranchal ad1
Leave A Reply

Your email address will not be published.

sixteen − 6 =