ବୌଦ୍ଧ,୨୯ା୧୧ – ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତାଙ୍କ ଗହଣରେ ତଳଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଭିନ୍ନ ଜନ ଅସନ୍ତୋଷ ଯୋଜନା ସମୂହ ଉପରେ ସ୍ଲୋଗାନମାନ ଦେଇ ଏକ ବିରାଟ ପଟୁଆର ବାହାରି ବେହେରା ସାହି ପର୍ଯ୍ୟନ୍ତ ଯାଇଥିଲା । କେନ୍ଦ୍ରର ଅହେତୁକ ଦରଦାମ ବୃଦ୍ଧି ମଧ୍ୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ସାଙ୍ଗକୁ ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ସମୂହ ଏବଂ ରାଜ୍ୟ ବିଜେଡି ସରକାରର ନାରୀ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତି ବର୍ତ୍ତର୍ମାନ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚି ସାରିଥିବାବେଳେ ରାଜ୍ୟ ସରକାର “ମୋ ସରକାର’ ୫ଟି ଲୋକ ଦେଖାଣିଆ କାର୍ଯ୍ୟକ୍ରମ ପ୍ରଚଳନ କରି ବର୍ତ୍ତର୍ମାନ ସ୍ମାର୍ଟ କାର୍ଡର ପ୍ରହେଳିକା ପ୍ରଚଳନ ମାଧ୍ୟମରେ ଲୋକଙ୍କୁ ଭକୁଆ ବନାଇ ଆଉ ଥରେ ରାଜ୍ୟର ତ୍ରିସ୍ତରୀୟ ନିର୍ବାଚନ ବୈତରଣୀ ପାରି ହେବାକୁ ଯେଉଁ ଅପଚେଷ୍ଟା ଚଲାଇଛନ୍ତି ସେସବୁକୁ ଆମର କମକର୍ତ୍ତା ଅବରୋଧ କରି ଆଗାମୀ ଦିନର ନିର୍ବାଚନରେ ସେମାନେ ସେମାନଙ୍କ ଝଲକ ଦେଖାଇବେ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରି ଉପସ୍ଥିତ ଜନଗଣଙ୍କୁ ଉଦବୋଧନ ଦେଇଥିଲେ । ଫୁଲ ଚାନ୍ଦ ପ୍ରଧାନ, ବଶିଷ୍ଠ ପ୍ରଧାନ, ଗୌରାଙ୍ଗ ନାୟକ, ରମାକାନ୍ତ ଭୁକ୍ତା, ଚିତ୍ରସେନ ମଲ୍ଲିକ, କାହ୍ନୁଚରଣ ନାଥ, ଓବିସି ସେଲ ବ୍ଲକ ସଭାପତି ଗଣେଶ ଲଉରିଆଙ୍କ ସହ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ ଏବଂ ନାରୀନେତ୍ରୀ ବବିତା ବେହେରା ପ୍ରମୁଖ ନିଜ ନିଜର ମତାମତ୍ତ ପ୍ରଦାନ କରିଥିବାବେଳେ ଜିଲ୍ଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।