ବୌଦ୍ଧ: ସୁନାବେଶରେ ହଜାରହଜାର ଶ୍ରଦ୍ଧାଳୁଙ୍କୁୁ ଦର୍ଶନଦେଲେ ଶ୍ରୀଜୀଉ

0 17

ବୌଦ୍ଧ,୧୭/୭:- ଆଜି ମହାପ୍ରଭୁଙ୍କ ଦିବ୍ୟ ବେଶ ସୁନାବେଶକୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନରେ ବୌଦ୍ଧସ୍ଥିତ ରଥଖଳାରେ ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥଉପରେ ଶ୍ରୀଜିଉଙ୍କୁ ଏହି ସୁନାବେଶ କରାଯାଇଥିଲା । ଏହି ଅପରୂପ ଦୃଶ୍ୟକୁ ଦର୍ଶନକରି ଦେଖି ଶ୍ରଦ୍ଧାଳୁ ବିଭୋର ହୋଇଉଠିଥିବା ଦେଖିବାକୁ ମିଳିଥିଲା । ରଥଉପରକୁ ଚଢି ଭକ୍ତମାନେ ଶ୍ରୀଜୀଉଙ୍କ ଏହି ସୁନାବେଶ ଦର୍ଶନ କରିବାସହିତ ଦୀପ ଜାଳି ଭୋଗ ଅର୍ପଣ କରିଥିଲେ । ବେଶକାରୀ ବାନାମ୍ବର ମହାପାତ୍ର, ଆଶୁତୋଷ ଦାଶ, କାହ୍ନୁଚରଣ ମିଶ୍ର, ଅଭିଷେକ ବିଶି ପ୍ରମୁଖ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ସଙ୍ଗୀତାୟନ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ସୁନାବେଶ ଦେଖିବାକୁ ବୌଦ୍ଧସହର ତଥା ଆଖପାଖ ବିଭିନ୍ନ ଅଞ୍ଚଳରୁ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ସୁନାବେଶ ପୂର୍ବରୁ ଆଜି ବଡ଼ ଏକାଦଶୀ ତଥା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅବସରରେ ବୌଦ୍ଧସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ବିଷ୍ଣୁ ସହସ୍ର ନାମ ପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ବ୍ରାହ୍ମଣ ସମାଜ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସମାଜର ସଦସ୍ୟମାନେ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ହୋମ ଯଜ୍ଞରେ କର୍ତ୍ତା ଭାବେ ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଓ ତାଙ୍କ ସହଧର୍ମିଣୀ ପ୍ରଜ୍ଞାପାରମିତା ଦାସ ପୂଜାରେ ବସିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =