ପନ୍ଦର ବର୍ଷ ହେଲା ରାସ୍ତାକୁ ଅଣଦେଖା ଅଭିଯୋଗ

0 553

ବୌଦ୍ଧ -ବଉଦ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମରୁ ମୁଣ୍ଡି ପଦରକୁ ଯାଇଥିବା ପଂଚାୟତ ରାସ୍ତାରେ ପନ୍ଦର ବର୍ଷ ହେଲା ମାଟି କିମ୍ବା ମୋରମ ମୁଠାଏ ପଡି ନଥିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମ ଠାରୁ ମୁଣ୍ଡି ପଦରକୁ ଯାଇଥିବା ପ୍ରାୟ ଦେଢ କିଲୋମିଟର୍ ରାସ୍ତା ଅବସ୍ଥା ଦୟନୀୟ ସ୍ଥିତିକୁ ଚାଲି ଆସିଥିବା ଯୋଗୁଁ ଲୋକେ ବର୍ଷା ଚାରି ମାସ ଯିବା ଆସିବା କରିବା କଷ୍ଟକର ହୋଇ ପଡିଛି l ରାସ୍ତାରେ ଡିଗୀ ତଳି ସlହି, ହରିଜନ ସlହି ଓ ମୁଣ୍ଡି ପଦର ଗ୍ରାମର ଲୋକେ ଦୈନନ୍ଦିନ ଯିବା ଆସିବା କରିଥାଆନ୍ତି l ତୁରନ୍ତ ଏ ରାସ୍ତାରେ ମୋରାମ କିମ୍ବା ପଥର ଗୁଣ୍ଡ ପକାଇ ଲୋକଙ୍କ ଯାତାୟତର ସୁ ବନ୍ଦୋବସ୍ତ କରାଇବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

sixteen − 1 =