ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଘୋଷଣା, ତିନି ମାସ ମଧ୍ୟରେ ଦେବେ ଇସ୍ତଫା !

0 4,406

ବୌଦ୍ଧ,୧୮/୮ – ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ସରପଞ୍ଚ ଆଜି ଜନ ଅସନ୍ତୋଷର ସମ୍ମୁଖିନ ହେବା ପରେ ତିନି ମାସ ମଧ୍ୟରେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଗ୍ରାମ ପଂଚାୟତର ଲେଟର ପ୍ୟାଡରେ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ସ୍ୱାକ୍ଷରରେ ଏକ ଘୋଷଣାନାମା ପ୍ରଦାନ କରାଯାଇଛି । ଶ୍ରୀ ମେହେର କରୋନା ସମୟରେ ଲୋକଙ୍କ ଇଛା ଓ ଆକାଂକ୍ଷା ପୂରଣ କରି ପାରି ନଥିବାରୁ ଆସନ୍ତା ତିନି ମାସ ମଧ୍ୟରେ ସରପଞ୍ଚ ପଦବୀରୁ ଇସ୍ତଫା ଦେବେ ଓ ଲୋକେ ତାଂକର ଉପଯୁକ୍ତ ପ୍ରତିନିଧି ବାଛିବେ ବୋଲି ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନାରାୟଣନଗର ଗ୍ରାମରେ ପ୍ରତିଦିନ ଅନେକ କରୋନା ପଜିଟିଭ ଚିହ୍ନଟ ହେବା କାରଣରୁ ପ୍ରଶାସନ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଓ ପରେ ୧୪୪ ଧାରା ଜାରି କରିଥିଲା । କଟକଣାରେ ଅତିଷ୍ଠ ହୋଇ ଲୋକେ ଆଜି ସକାଳେ ପଂଚାୟତ ଅଫିସ ଘେରାଓ କରିଥିଲେ ।

hiring

ତାପରେ ସରପଞ୍ଚ ଏଭଳି ନିଷ୍ପତି ନେଇଥିବା ଲିଖିତ ଘୋଷଣା କରିଛନ୍ତି । ଘଟଣା ଯାହାବି ହେଉନା କାହିଁକି ଏ ସମସ୍ତ ଘଟଣା କ୍ରମରେ ରାଜନୀତିର ଗନ୍ଧ ଥିବା ବୁଦ୍ଧିଜୀବି ମହଲରେ ଆଶଙ୍କା କରାଯାଉଛି ।

hiranchal ad1
Leave A Reply

Your email address will not be published.

18 + 3 =