ଯୁବ ରେଡକ୍ରସ ତରଫରୁ କରୋନାର ଦ୍ୱିତୀୟ ଦଫା ସଂକ୍ରମଣ ପାଇଁ ସଚେତନତା

0 610

ବୌଦ୍ଧ,୨୫/୩- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ସଂକ୍ରମଣ ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସର ଜିଲ୍ଲା ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ‘ନୋ ମାସ୍କ ନୋ କ୍ଲାସ’ ବିଷୟରେ ସମସ୍ତ ଶ୍ରେଣୀ କକ୍ଷକୁ ଯାଇ ସ୍ୱେଚ୍ଛାସେବୀମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହିତ ସାମାଜିକ ଦୂରତା, ହାତ ଧୋଇବା, ମାସ୍କ ବ୍ୟବହାର କରିବା ନେଇ ଶପଥ ପାଠ କରାଇଥିଲେ । ସମସ୍ତ ଜଳ ଉତ୍ସ, ବେସିନ ଓ ଶୌଚାଳୟରେ ରେଡକ୍ରସ ତରଫରୁ ହ୍ୟାଣ୍ଡୱାସ ଓ ସାବୁନ ରଖାଯାଇଥିଲା । ମହାବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ସମସ୍ତେ ଯେପରି ହାତକୁ ସାନିଟାଇଜ କରିବେ ସେଥିପାଇଁ ସଚେତନ କରାଯାଇଥିଲା । ବିନିକା ମହାବିଦ୍ୟାଳୟରେ ଯେପରି ଛାତ୍ରଛାତ୍ରୀମାନେ ସଂକ୍ରମିତ ହୋଇଛନ୍ତି ଏବଂ ସେ ମହାବିଦ୍ୟାଳୟକୁ ସଟ୍‌ଡାଉନ କରାଯାଇଛି ସେପରି ଯେମିତି ଅନ୍ୟ ମହାବିଦ୍ୟାଳୟ ମାନଙ୍କରେ ନହେଉ ସେଥିପାଇଁ ଆଗରୁ ସାବଧାନତା ଅବଲମ୍ବନ କରିବାପାଇଁ ଜିଲ୍ଲା ଯୁବ ରେଡକ୍ରସ ପକ୍ଷରୁ ସଂପାଦକ ଶ୍ରୀ ଦାସ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଶିକ୍ଷାବିଭାଗର ଅଧ୍ୟାପକ ଡ. ଦିଲ୍ଲୀପ ଖୁଣ୍ଟିଆ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − seventeen =