ଡେପୁଟି କଲେକ୍ଟରଙ୍କ କାର୍‌ ଧକ୍କାରେ ଯୁବକ ଗୁରୁତର

0 2,398

ବୌଦ୍ଧ,୭/୯ – ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ପୁରୁଣାକଟକ ନିକଟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ରଙ୍କ କାର୍‌ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଡେପୁଟି କଲେକ୍ଟର ଶ୍ରୀ ମହାପାତ୍ର ଆଜି ସକାଳ ୧୦ ଘଣ୍ଟା ସମୟରେ ଭୁବନେଶ୍ୱରରୁ ଓଡି୦୨ ଏସ ୧୦୫୫ ଯୋଗେ ବୌଦ୍ଧ ଫେରୁଥିବା ବେଳେ ପୁରୁଣା କଟକ ନିକଟରେ ବଜାର କରି ଘରକୁ ଫେରୁଥିବା ବେଳେ ସାଲକଟା ଗ୍ରାମର ଅଭିଳାଷ ମହାଳିକ (୧୭ ବର୍ଷ)ନାମକ ଜଣେ ଯୁବକଙ୍କୁ ତାଙ୍କ କାର୍‌ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

4 × 2 =