ବୌଦ୍ଧ, ୯/୮ – ଗତ ଦୁଇ ଦିନ ଧରି ହରଭଙ୍ଗା ବ୍ଲକ୍ କରଡି ଗ୍ରାମ ନିକଟରେ ଗୋଟିଏ କୁମ୍ଭୀର ମହାନଦୀ ଘାଟରେ ଦେଖା ଯାଉଥିବା ଖବର ପ୍ରଥମେ ହୀରାଞ୍ଚଳ ଲାଇଭ୍ରେ ଫଟୋସହ ପ୍ରକାଶ ପାଇଥିଲା ।
ବନବିଭାଗ ଘଟଣାସ୍ଥଳରେ ପହଞ୍ଚିି ନଥିବା ଖବର ପ୍ରକାଶିତ ହେବା ପରେ ଆଜି ସକାଳେ ବୌଦ୍ଧ ବନଖଣ୍ଡର କର୍ମଚାରୀଙ୍କ ସମେତ ନୟାଗଡ ୱାଇଲ୍ଡ ଲାଇଫ୍ ଡିଭିଜନର ଅଧିକାରୀ ଓ କର୍ମଚାରୀ ମାନେ କରଡି ଗ୍ରାମରେ ପହଞ୍ଚିଥିବା ଜଣାପଡିଛି । ସେମାନେ ସ୍ଥାନୀୟ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରି କୁମ୍ଭୀର ଉପରେ ନଜର୍ ରଖିଥିବା ଜଣାପଡିଛି ।