କଣ୍ଟାମାଳବ୍ଲକର ରାସ୍ତାକେ ଦେଖଲେ ଯମ୍‌ ବି ଡରିଯିବା

0 577

କଣ୍ଟାମାଳ,୫/୯- ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ଯୋଜନାରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେହେଁ ନିମ୍ନମାନର କାର୍ଯ୍ୟ ସହିତ ବୈଷୟିକ ତୃଟି ହେତୁ ରାସ୍ତା ଗୁଡିକର ଦୁରବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । କଣ୍ଟାମାଳବ୍ଲକର ବିଭିନ୍ନ ଗ୍ରାମକୁ ଯାଇଥିବା ରାସ୍ତା ଗୁଡିକର ଦୁରବସ୍ଥା ଏଭଳିସ୍ତରକୁ ଚାଲିଗଲାଣି ଯେଉଁରାସ୍ତାକୁ ଯମ ମାହାପୁରୁ ବି ଦେଖଲେ ଡରିଯିବେ ବୋଲି ଲୋକେ ବ୍ୟଙ୍ଗରେ କହିବା ଆରମ୍ଭ କଲେଣି । ବ୍ଲକ ସ୍ତରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ହିଁ ରାସ୍ତା ନିର୍ମାଣ ପାଇଁ ଏକ ମାତ୍ର ଯୋଜନା ହୋଇଥିଲେ ହେଁ କେବଳ ମାଟି ଓ ମୋରମ କାର୍ଯ୍ୟ ହେଉଥିବା ହେତୁ ରାସ୍ତା ଗୁଡିକର ସ୍ଥାୟୀତ୍ୱ ଆଦୌ ରହୁନଥିବା ଦେଖିବାକୁ ମିଳୁଛି ।

hiring

କଣ୍ଟାମାଳବ୍ଳକର ଲମ୍ବସରୀ, ବରଗାଁ, ନାରାୟଣପ୍ରସାଦ, ଉମା, ଶୁଣ୍ଢିପଦର ଭଳି ଆହୁରି ଅନେକ ପଞ୍ଚାୟତର ଗ୍ରାମ୍ୟ ଗୁଡିକ ବର୍ଷର ୬ ମାସ ରାସ୍ତା ସମସ୍ୟା ଲାଗି ରହୁଥିବାରୁ ରାସ୍ତା ଗୁଡିକରେ ସାଧାରଣ ଗାଡି ସହିତ ଆମ୍ବୁଲାନ୍ସ, ୧୦୮ ଭଳି ଗାଡି ଯାଇ ନପାରି ଅଧ ବାଟରେ ରହୁଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

eleven + 19 =