ତେଲିବନ୍ଧ ଓ ଲକ୍ଷ୍ମୀପ୍ରସାଦ କ୍ଲଷ୍ଟରରେ ତିନିଦିନିଆ ସହଯୋଗ ତାଲିମ ଶିବିର ଉଦଯାପିତ

0 74

ବୌଦ୍ଧ/ଜହ୍ନ ।ପଙ୍କ,୨୪/୪: ବୌଦ୍ଧ ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ମକୁନ୍ଦପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଲକ୍ଷ୍ମୀପ୍ରସାଦ ପି ୟୁ ପି ଏସ୍‌ ଏବଂ ତେଲିବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଆନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାମପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ବିଦ୍ୟାଳୟର ଏସ୍‌ ଏମ ସି ଓ ଏସ୍‌ ଏମ୍‌ ଡ଼ି ସି ସଭ୍ୟସଭ୍ୟା ମାନଙ୍କୁ ନେଇ ଚାଲିଥିବା ତିନିଦିନିଆ ସହଯୋଗ ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି । ସି ଆର ସି ସି ସନ୍ତୋଷ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ଭାବେ ଜୟଦେବ ପ୍ରଧାନ, ଲକ୍ଷ୍ମଣ ମେହେର ତାଲିମ ପ୍ରଦାନ କରିଥିଲେ । ମକୁନ୍ଦପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିନବ ପଟ୍ଟନାୟକ ଓ ରାଧେଶ୍ୟାମ ମେହେର ତାଲିମ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମନପୁର ସରପଞ୍ଚ ସୌଦାମିନୀ ବାରିକ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପ୍ରଫୁଲ୍ଲ ତରିଆ ଯୋଗ ଦେଇଥିଲେ । ଲକ୍ଷ୍ମୀପ୍ରସାଦ ପିୟୁପିଏସ୍‌ ହି ବିଦ୍ୟାଳୟରେ ଶିକ୍ଷକ ଜୟଦେବ ପ୍ରଧାନ ଓ ଲକ୍ଷ୍ମଣ ମେହେର ତାଲିମ ଦେଇଥିଲେ । ସେହିପରି ତେଲିବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସିଆରସିସି ରାଜକୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନନ୍ଦପୁର ଉଚ୍ଚ଼ ପ୍ରାଥମିକ ଓ ରାମପୁର ପ୍ରାଥମିକ ବିଦ୍ୟାଳୟରରେ ବିଭିନ୍ନ ବିଦ୍ୟାଳୟର ଏସଏମସି ଓ ଏସଏମଡ଼ିସି ସଭାପତି ଓ ସଭ୍ୟସଭ୍ୟାଙ୍କୁ ନେଇ ତିନିଦିନ ଧରି ଚାଲିଥିବା ସହଯୋଗ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ତାଲିମଦାତା ଭାବେ ଶମ୍ଭୁ ଗିରି , ହାଡ଼ିବନ୍ଧୁ ବେହେରା, ଗିରିଶ ମେହେର ଓ ଜୟଚନ୍ଦ୍ର ମଲ୍ଲିକ ଯୋଗଦେଇ ପରିଚାଳନା କମିଟି ଗଠନ ଓ ଏହାର ପରିଚାଳନା ,ଶିକ୍ଷା ଅଧିକାର ନିୟମ ଓ ଶିଶୁ ଅଧିକାର, ବିଦ୍ୟାଳୟର ଭୌତିକ ବାତାବରଣ, ସାମାଜିକ ବାତାବରଣ, ସାଙ୍ଗଠନିକ ବାତାବରଣ, ଆଦର୍ଶ ବିଦ୍ୟାଳୟ ପରିକଳ୍ପନା,ବିଦ୍ୟାଳୟ ବିକାଶ ଯୋଜନାର ବିଭିନ୍ନ ଦିଗ ଓ ଏହାକୁ କାର୍ଯ୍ୟକାରୀ କରିବା, ପ୍ରଶିକ୍ଷଣ ମୂଲ୍ୟାୟନ ଓ ମତାମତ ସଂଗ୍ରହ ଆଦି ତାଲିମ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 2 =