ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

0 121

ବୌଦ୍ଧ,୧୬/୪- ବୌଦ୍ଧବ୍ଲକ ଏପ୍ରିଲମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଶନିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ମାନେ ଶିକ୍ଷକମାନଙ୍କ ଲେସନ ନୋଟ ଦେଖିବା, କେଶବୁକ ଲେଖାହୋଇଛି କି ନାହିଁ ଦେଖିବା, ବିଦ୍ୟାଳୟ ପାଚେରୀ, ରୋଷେଇଘର, ପାଣିବ୍ୟବସ୍ଥା, ଇଲେକ୍ଟ୍ରି ବ୍ୟବସ୍ଥା, ବିଦ୍ୟାଳୟ ମନିଟରିଙ୍ଗ, ବିଦ୍ୟାଳୟ ବିକାଶ ଓ ସୁରକ୍ଷା ଯୋଜନା ଆଦିବିଷୟରେ ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଆଧାର ପଞ୍ଜିକରଣ, ଶିକ୍ଷା ସଚେତନତା ରଥ ଭ୍ରମଣ, ପ୍ରି ମାଟ୍ରିକ ସ୍କୋଲାରସିପ, ଅବସର ନେଉଥିବା ଶିକ୍ଷକମାନେ ମଧ୍ୟାହ୍ନଭୋଜନ କ୍ଳିଅରେନ୍ସ ଦେବେ, ସହଯୋଗ ତାଲିମ ଆଦି ବିଷୟରେ ସୂଚନା ଦେବା ସହିତ ବ୍ଲକସ୍ତରୀୟ ମୋ ସ୍କୁଲ ଆଲୁମିନି ବୈଠକ ଆସନ୍ତା ସପ୍ତାହରେ ହେବ ବୋଲି କହିଥିଲେ । ମଧ୍ୟାହ୍ନ ଭୋଜନ କେୱାଇସି ଏବଂ ଏକାଉଣ୍ଟ ଖାଲି କରିବା ତଥ୍ୟ ୧୨ଟି କ୍ଲଷ୍ଟର ଦେଇଛନ୍ତି ଅନ୍ୟ କ୍ଲଷ୍ଟର ଗୁଡିକ ଶୀଘ୍ର ଦେବାକୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ ସୂଚନା ଦେଇଥିଲେ । ସିଆରସିସି ରାଜକୁମାର ପ୍ରଧାନ ଜମିପଟ୍ଟା ସମ୍ୱନ୍ଧୀୟ ସୂଚନା ଦେବା ସହିତ ଘରୋଇ ନାମରେ ଥିବା ସ୍କୁଲଜମିର ରିପୋର୍ଟ ଦେବାକୁ ସୂଚନା ଦେଇଥିଲେ । ସିଆରସିସି ସଞ୍ଜୟ ଦେହୁରୀ, ଶେଷଦେବ ପ୍ରଧାନ, ଲବକିଶୋର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ସନ୍ତୋଷ କୁମାର କର୍ଣ୍ଣ, ସନତ କୁମାର ବାରିକ, ଅନାଦି ଚରଣ ବେହେରା, ବିଜୟ କୁମାର ଭୋଇ, ଅରବିନ୍ଦ ମହାଲିକ, କାହ୍ନୁଚରଣ ସେଠୀ ପ୍ରମୁଖ ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ଥିଲେ । ଶେଷରେ ସୌମିତ୍ରୀ କର୍ଣ୍ଣ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × four =