ବୌଦ୍ଧ,୨୦/୮ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର ପାର୍ଶ୍ୱରେ ଥିବା ନଳକୂପ ଗଛ ଲତା ମଧ୍ୟରେ ପରିବେଷ୍ଟିତ ହୋଇରହିଥିବାରୁ ତାକୁ ପୁନଃଉଦ୍ଧାର କରାଯିବାକୁ ଜନସାଧାରଣରେ ଦାବୀ ହେଉଛି । ଦୀର୍ଘ ୫/୬ ବର୍ଷ ଧରି ଏଭଳି ଅବସ୍ଥାରେ ରହିଥିବାବେଳେ ଗ୍ରାମ ପଂଚାୟତ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କିମ୍ବା ଏପରିକି ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ କମିଟି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୁଏ ।
ଏ ଦିଗରେ ଗ୍ରାମ ପଂଚାୟତ ଏବଂ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।