ବୌଦ୍ଧ: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଇଂରାଜୀ ବିଷୟ ପରୀକ୍ଷା ଦେଲେ ୭୨୦୭ ଜଣ ଛାତ୍ରଛାତ୍ରୀ

0 101

ବୌଦ୍ଧ,୨୯/୪:- ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ୭୯୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୭୮୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଜଣାପଡିଛି । ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ୨ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଆଜି ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀ ହରଭଙ୍ଗା ବ୍ଲକର ତିଲେଶ୍ୱର, ପୁରୁଣାକଟକ, ଧଳପୁର ଓ ହରଭଙ୍ଗା ହାଇସ୍କୁଲ ପରିଦର୍ଶନ କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର କଣ୍ଟାମାଳ ବ୍ଲକର ଗବଜୋର, ପଲସାଗୋରା ହାଇସ୍କୁଲ ପରିଦର୍ଶନ କରିଥିଲେ । କୋଭିଡ ନିୟମ ପାଳନକରି ସମସ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବିଧା ମଧ୍ୟ କରାଯାଇଥିଲା । ସେହିପରି ବୋର୍ଡରୁ ଆସିଥିବା ସ୍କ୍ୱାର୍ଡମାନେ ବୌଦ୍ଧବ୍ଲକର ଜହ୍ନାପଙ୍କ, ସଂଗ୍ରାମପୁର, ତେଲିବନ୍ଧ ହାଇସ୍କୁଲ ପରିଦର୍ଶନ କରିଥିଲେ । ଆଜି ଇଂରାଜୀ ବିଷୟ ପରୀକ୍ଷା ଥିବାବେଳେ କୌଣସି କେନ୍ଦ୍ରରେ ଏକ୍ସଫେଲ ହୋଇନଥିବା ଜଣାପଡିଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବ୍ଲକରେ ତହସିଲଦାର ଓ ବିଡିଓମାନେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 12 =