ଶୁଣନ୍ତୁ ସିମିଳିପଦର ପେକ୍ସ କର୍ମଚାରୀଙ୍କ ଚରମ ଅବହେଳାର ଅଡିଓ, ଚାଷୀ ହତାଶ

0 686

ବୌଦ୍ଧ,୧୯/୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ସେବାସମବାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଚାଷୀଙ୍କ ପଡିଆ ଜମିକୁ ଶାରଦ-୧,ଶାରଦ-୨ ଦେଖାଇ ବେପାରୀ ମାନଙ୍କ ସହ ଅସାଧୁ ମେଣ୍ଟ କରି ଲାଭ ଉଠାଉଥିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଏଭଳିସ୍ଥଳେ ଏଠାରେ ପ୍ରକୃତ ଚାଷୀ ଧାନ ବିକ୍ରି କରିନପାରି ବାଧ୍ୟହୋଇ ବେପାରୀ ହାତରେ ଟେକି ଦେଉଛି । ରବିରତୁର ଧାନ ବିକ୍ରୟ ପାଇଁ ନିର୍ଦ୍ଧାରିତ ସମୟରେ ଖଟଖଟିଆର ଚାଷୀ ପ୍ରକାଶ ଚନ୍ଦ୍ର ବସ୍ତିଆ, ପି-ଉଦୟ ନାଥ ବସ୍ତିଆ, ମମତା ବସ୍ତିଆ, ସ୍ୱା-ଭୁବନେଶ୍ୱର ବସ୍ତିଆ, ଓ ପ୍ରତିମା ବସ୍ତିଆଙ୍କ ଧାନ ବିକ୍ରିପାଇଁ ସିମିଳିପଦର ସମବାୟ ସମିତିର ସହସମ୍ପାଦକ ଅମରୀଶ ବାଘଙ୍କୁ ଆବଶ୍ୟକ କାଗଜପତ୍ର ନିଜର ଧାନ ଏଣ୍ଟ୍ରି ପାଇଁ ଦେଇଥିଲେ ।

hiring

ଏହାପରେ ରାଜସ୍ୱ ନିରୀକ୍ଷକ ଓ ସମବାୟସମିତି ସଂପାଦକ ଉଭୟ ଜମିର ସରଜମିନ ତଦନ୍ତ ମଧ୍ୟ କରିଥିଲେ । କିନ୍ତୁ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ସଚିକାନ୍ତ ପୂଜାରୀ ୨ ମାସ ପରେ ସଂପୃକ୍ତ ଚାଷୀମାନଙ୍କୁୁ ଫୋନକରି ପଚାରିବାରୁ କହିଥିଲେ ଯେ ରେଜିଷ୍ଟ୍ରେସନ ହୋଇନଥିବାରୁ ଆପଣମାନଙ୍କ ଆଉ ଧାନ ବିକ୍ରି ହୋଇପାରିବନାହିଁ । ଏହାଶୁଣି ୮ ଏକର ଜମିରେ ଧାନଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିଲା । ସମବାୟ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ଉଭୟେ ଉଭୟଙ୍କ ଉପରେ ଦୋଷ ଲଦିଥିଲେ । ଯେତେବେଳେ ଏ ସମ୍ପର୍କରେ ଚାଷୀମାନେ ପ୍ରକୃତ କାରଣ ଜାଣିବାକୁ ଚାହିଁଥିଲେ ଶାରଦ -୧ ଜମିକୁ ଏଥର ଏଣ୍ଟ୍ରି ନ କରିବାକୁ ସମ୍ପାଦକ ପ୍ରତାପ ପ୍ରଧାନ ମନାକରିଥିବାରୁ ମୁଁ କଲିନାହିଁ ବୋଲି ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପୂଜାରୀ କହିଥିଲେ । ସେହିପରି ସଂପାଦକ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦୋଷ ଦେଇଥିଲେ । ଏହାପରେ ଚାଷୀମାନେ ଟେଲିଫୋନରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫୋନକରି ସାହାଯ୍ୟ ମାଗି ନିରାଶ ହୋଇଥିଲେ । ନିୟମ ଅନୁୟାୟୀ ଚାଷୀ ରେଜିଷ୍ଟ୍ରେସନ କରିବାପାଇଁ ଆବେଦନକରି ହତାଶ ହେବାପରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକିରହିଲା । ଚାଷୀଙ୍କ ସହ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଅଡିଓ ଚର୍ଚ୍ଚାରେ ରହିଥିବାବେଳେ ଏହା ଶୁଣିଲେ ଜିଲ୍ଲାରେ ଧାନକିଣାରେ କିଭଳି ଅବହେଳା କରାଯାଉଛି ଜଣାପଡେ । ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × three =