ବୌଦ୍ଧଜିଲ୍ଲା ଷ୍ଟାଡିୟମରେ ହେବ କ୍ରିକେଟ ଏକାଡେମୀ

0 928

ବୌଦ୍ଧ,୨୦/୭- ଓଡିଶା କ୍ରିକେଟ ଆସୋସିଏସନ ସହାୟତାରେ ବୌଦ୍ଧଜିଲ୍ଲା ଷ୍ଟାଡିୟମରେ କ୍ରିକେଟ ଏକାଡେମୀ ତିଆରିହେବ । ଗତକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଏହାର ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧଜିଲ୍ଲା ଅନ୍ତର୍ଭୁକ୍ତ ହେବ ବୋଲି ଜଣାପଡିଛି । ଷ୍ଟାଡିୟମରେ ଏକାଡେମୀ ନିର୍ମାଣ ପାଇଁ ଚିଠି ନଂ ୧୧୮/ତା ୦୯.୦୭.୨୦୨୧ରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ଏଥିପାଇଁ ଆବଶ୍ୟକ ଅନୁମତି ମଗାଯାଇଅଛି । ଜିଲ୍ଲା କ୍ରିକେଟ ଆସୋସିଏସନ ସଂପାଦକ ଲମ୍ବୋଦର ପୁରୋହିତ ଏହି ମର୍ମରେ ଡିସିଏର ଚିଠିକୁ ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

hiring

ସୂଚନାଯୋଗ୍ୟ ଯେ ଟର୍ଫ ୱିକେଟ ନିର୍ମାଣସହ ଜିଲ୍ଲା ଷ୍ଟାଡିୟମରେ ଏକାଡେମୀ କାର୍ଯ୍ୟ କରିବାପାଇଁ ପୂର୍ବରୁ ବୌଦ୍ଧଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା । ପ୍ରଶାସନ ତରଫରୁ ଅନୁମତି ମିଳିଲେ ଖୁବଶୀଘ୍ର ଏକାଡେମୀ କାର୍ଯ୍ୟ ଆରମ୍ଭ ହେବ । ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି ଏ ସଂପର୍କରେ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହ ଆଲୋଚନା କରିଥିବା ମଧ୍ୟ ଜଣାପଡିଛି । ବୌଦ୍ଧଜିଲ୍ଲାରେ କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡାର ଉନ୍ନତିପାଇଁ ଓସିଏ ସଭାପତି ଶ୍ରୀ ମହାନ୍ତି ସହଯୋଗର ହାତ ବଢାଇଛନ୍ତି । ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କଳାହାଣ୍ଡି କପ୍‌ ଏବଂ ୧୬ବର୍ଷରୁ କମ୍‌ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗନେବାପାଇଁ ବୌଦ୍ଧଜିଲ୍ଲା ଦଳ କଚେରୀ ଖେଳପଡିଆ ଠାରେ ଅଭ୍ୟାସ ଜାରିରଖିଥିବା ଜଣାପଡିଛି । ଖେଳାଳୀଙ୍କ ପାଇଁ ଆବଶ୍ୟକ ସହାୟତା ଶ୍ରୀ ମହାନ୍ତି ଯୋଗାଇ ଦେଇଥିବା ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ ସଂପର୍କରେ ବିବାଦୀୟ ତଥା ଭ୍ରମାତ୍ମକ ତଥ୍ୟ ପ୍ରଚାର ଓ ପରିବେଷଣ କରୁଥିବା ଲୋକଙ୍କ କଥାକୁ ବିଶ୍ୱାସ ନକରିବାପାଇଁ ଆସୋସିଏସନ ତରଫରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

twelve + sixteen =