ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

0 183

ବୌଦ୍ଧ/ଜହ୍ନାପଙ୍କ,୨୦/୭- ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ ୫ ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ ଜଣାପଡିଛି । ସୂଚନାଯୋଗ୍ୟ ଯେ ବୌଦ୍ଧବ୍ଲକ ଖୁଂଟବନ୍ଧ ପଂଚାୟତର ଜାତୀୟ ରାଜପଥ ନଂ୫୭ ରୁ ମଧୁପୁର ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ହଜାର ଟଙ୍କା ଅନୁଦାନ ମିଳିଥିଲା । ଏହା ବିଭାଗୀୟଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ ଜୈନିକ ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ରାସ୍ତାରେ ମାତ୍ର ୮ରୁ ୧୦ ଟ୍ରିପ ପଥରଗୁଣ୍ଡ ପକାଇ ୯୦ ହଜାର ଟଙ୍କାର ବିଲ ଉଠିଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଫଳରେ ଗ୍ରାମବାସୀ ୨୫/୬/୨୦୨୧ରେ ବିଡ଼ିଓ ବୌଦ୍ଧ ଓ ୩୦/୬/୨୦୨୧ ରେ ଜିଲ୍ଲାପାଳଙ୍କୁ ଏହାର ଲିଖିତ ଅଭିଯୋଗ କରିଥିଲେ । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମଙ୍ଗଳବାର ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବୌଦ୍ଧବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ବିଡ଼ିଓ କିଛି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହାର ତଦନ୍ତ ପାଇଁ ସେମାନେ ଅଡ଼ି ବସିଥିଲେ । ଶେଷରେ ଜୁଲାଇ ୩୧ ମଧ୍ୟରେ ଏହାର ତଦନ୍ତ କରି ମିଛ ବିଲ କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଖୁଂଟବନ୍ଧ ପଂଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + thirteen =