ବୌଦ୍ଧରେ ବିନା ଭକ୍ତରେ ବାହୁଡାଯାତ୍ରା ସଂପନ୍ନ

0 107

ବୌଦ୍ଧ,୨୦/୭ – ଆଜି ବୌଦ୍ଧସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିନା ରଥ ଓ ଭକ୍ତରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜର ସୀମିତ ସଂଖ୍ୟାରେ ସେବାୟତ ଓ ପ୍ରଶାସନ ଏହି ଯାତ୍ରାରେ ସାମିଲ ହୋଇଥିଲେ । କୋଭିଡ କଟକଣା ପାଇଁ ରଥଯାତ୍ରା ପରି ବାହୁଡା ଯାତ୍ରାରେ ମଧ୍ୟ ଶ୍ରୀଜିଉମାନଙ୍କୁ ରଥାଋଢ କରାନଯାଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ମନ୍ଦିର ଚତୁଃପାଶ୍ୱର୍ରେ ୪ ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ପରିବେଶ ଶଙ୍ଖଧ୍ୱନି, ଘଣ୍ଟ ବାଦ୍ୟ ଓ ହରିବୋଲରେ ପ୍ରକଂପିତ ହୋଇଉଠିଥିଲା ।

hiring

ଏହାପରେ ଅଧରପଣା ଓ ଲକ୍ଷ୍ମୀନାରାୟଣ କଳି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ତରଫରୁ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଶ୍ୱିନୀ ମେହେର, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ପାଖରେ ଗହଳି ନକରିବା ପାଇଁ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen − twelve =