ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ପରଲୋକ

0 151

ବୌଦ୍ଧ,୧୭/୦୮- ବୌଦ୍ଧସହରର ରାଜବାଟୀ ନିକଟସ୍ଥ ସ୍ଥାନରେ ବାସକରୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଥିଲେ । ଗତକାଲି ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଦୀର୍ଘଦିନ ଧରି ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିଲେ । ହରଭଙ୍ଗା ବ୍ଲକ ବାମଣ୍ଡା ସ୍କୁଲରେ ମଧ୍ୟ କିଛିଦିନ ଶିକ୍ଷକତା କରିଥିଲେ । ସେ ହଜାରହଜାର ଛାତ୍ରଙ୍କର ପ୍ରିୟ ଗୌର ସାର୍‌ ଭାବେ ପରିଚିତ ଥିଲେ । ତାଙ୍କରି ବିୟୋଗରେ ବୌଦ୍ଧ ସହରରେ ତଥା ପୁରାତନ ଛାତ୍ରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ୨ପୁଅ ବୋହୁ, ୩ ଝିଅ ଜ୍ୱାଇଁଙ୍କ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ । ଆଜି ରାଜଘାଟଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସଂପନ୍ନ ହୋଇଛି ।

hiranchal ad1
Leave A Reply

Your email address will not be published.

8 − one =