ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭେରବୀଙ୍କ ଠାରେ ଲାଗିହେଲା ନବାନ୍ନ

0 102

ବୌଦ୍ଧ,୧୧/୯:- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ଧାର୍ଯ୍ୟ ଲଗ୍ନ ୧୧ଟାରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରୁ କଳସରେ ଜଣ ଅଣାଯାଇ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୂଜକ ସାନନ୍ଦ ବଡମାଳି ଓ ବରିଷ୍ଠ ପୂଜକ ଗୌରୀ ବଡମାଳି ବିଧି ଅନୁସାରେ ପୂଜା କରିବାପରେ ପ୍ରଥମେ ମା’ ଭୈରବୀଙ୍କ ଠାରେ ଏବଂ ତା ପରେ ଅନ୍ୟ ପାଶ୍ୱର୍ ଦେବାଦେବୀମାନଙ୍କ ଠାରେ ନବାନ୍ନ ଲାଗି କରାଯାଇଥିଲା ।

hiring

ମନ୍ଦିର ପରିଚାଳନା କମିଟି ସଦସ୍ୟ ଅମର ସାହୁ, ଶମ୍ଭୁପ୍ରସାଦ ମହାକୁଳ ଉପସ୍ଥିତ ରହି ପୂଜାରେ ସହଯୋଗ କରିଥିଲେ । ଏହାପରେ ସମସ୍ତଙ୍କୁ ନବାନ୍ନ ଭୋଗ ବଣ୍ଟାଯାଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଜି ଗ୍ରାମଦେବୀଙ୍କ ଠାରେ ନୂଆ ଲଗାଯିବାପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ ।

ନବାନ୍ନ ଭକ୍ଷଣ ପରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ଜୁହାର ମୁଣ୍ଡିଆ ପର୍ବ ଆରମ୍ଭ ହୋଇଥିଲା । ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରିବା ସହିତ ଆଶୀର୍ବାଦ ନେଇଥିଲେ ଏବଂ ଶୁଭେଚ୍ଛାର ଆଦାନପ୍ରଦାନ କରିଥିଲେ । କରୋନା ମହାମାରୀ କଟକଣା ମଧ୍ୟରେ ସମଗ୍ର ଜିଲ୍ଲାରେ ଆଜି ନୂଆଁଖାଇ ପାଳିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

nineteen − fifteen =