୧୭୧ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣାକଲା ବୌଦ୍ଧଜିଲ୍ଲା ପ୍ରଶାସନ

0 274

ବୌଦ୍ଧ,୧୫/୯ – ବୌଦ୍ଧଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକ୍‌ସନେଟ୍‌/ୟୁନିସେଫ ଦ୍ୱାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ କାର୍ଯ୍ୟର ଅଂଶବିଶେଷ ଭାବେ ବୌଦ୍ଧଜିଲ୍ଲାର ୩ଟି ବ୍ଲକର ୧୭୧ଟି ଗ୍ରାମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବାଲ୍ୟବିବାହ ମୁକ୍ତ ଘୋଷଣା କରିଛନ୍ତି । ଏହା କେବଳ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ରଙ୍କ ଆନ୍ତରିକ ଉଦ୍ୟମରେ ସମ୍ଭବପର ହୋଇପାରିଛି । ଏଥିସହିତ ସମୟକ୍ରମେ ବିଭିନ୍ନ ଟାକ୍ସ ଫୋର୍ସ କମିଟି ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ବାଲ୍ୟବିବାହ ନିଷେଧ ପାଇଁ ବିଭିନ୍ନ ପ୍ରକାରର ସକରାତ୍ମକ ଚିନ୍ତାଧାରା ଦ୍ୱାରା ବିଭିନ୍ନ ବିଭାଗକୁ ଅବଗତ କରିବା ଫଳସ୍ୱରୁପ ଏହା ସମ୍ଭବ ହୋଇପାରିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ, ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳର ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀଙ୍କ ଅବଦାନ ମଧ୍ୟ ଅତୁଳନୀୟ । ଏହି ଉଦ୍ଦେଶ୍ୟରେ ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ତଥା ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଏକ ପ୍ରେସମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରାମର୍ଶଦାତ୍ରୀ ଶ୍ରୀମତୀ ପ୍ରବିଜ୍ଞା ଦାସ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ନିମନ୍ତେ ରାଜ୍ୟର ଗାଇଡଲାଇନ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବାସହ ଏହାର ଶ୍ରେୟ ଭାବରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଏହାକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ତଥା ଏହାର ପ୍ରଚାର ପ୍ରସାର ହେଲେ ଏହା ସମ୍ଭବ ହେବ ବୋଲି ଗଣମାଧ୍ୟମଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 6 =