ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

0 263

ବୌଦ୍ଧ,୨୮ା୧୦ : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଦୁଇ ଦିନିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନ ହରଭଙ୍ଗା ବ୍ଲକର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣପୁର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ପରିଦର୍ଶନ କରି ପିଲାମାନଙ୍କ ରହିବା, ଖାଇବା ଓ ପାଠପଢା ପଚାରି ବୁଝିଥିଲେ । ତତ୍ପରେ ବାବୁ ଜଗତ ଜୀବନ ରାମ ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ଧଳପୁର ଆଦର୍ଶ ଗ୍ରାମ ବୁଲି ଦେଖିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲା ସଂଗ୍ରହାଳୟ ବୁଲି ଜିଲ୍ଲାର କଳା, ସଂସ୍କୃତି, ସ୍ଥାପତ୍ୟ ତଥା ପୁରାତନ ଅସ୍ତ୍ରଶସ୍ତ୍ର ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟାଳୟର ସେକ୍ସନ ଅଫିସର ମାନସ ସେଠୀ ଉପସ୍ଥିତ ଥିଲେ । ଦ୍ୱିତୀୟଦିନ ନିର୍ଦ୍ଦେଶକ ସରକାରୀ ଉଚ୍ଚ଼ ବିଦ୍ୟାଳୟ, ମେଣ୍ଢିମାଲ ପରିଦର୍ଶନ କରି ପିଲାଙ୍କ ରହିବା, ଖାଇବା ତଥା ପାଠପଢା ବୁଝିଥିଲେ । ପରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ଓ ପ୍ରି ମାଟ୍ରିକ ଛାତ୍ର ବୃତ୍ତି ଓ ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ଉପରେ ଆଲୋଚନା କରି ସୋନପୁର ଗସ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =