ବୌଦ୍ଧ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

0 120

ବୌଦ୍ଧ,୧୭/୧୧- ବୌଦ୍ଧ ବ୍ଲକ ନଭେମ୍ବର ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ସଂଖ୍ୟା ୩ଦିନ ଭିତରେ ଦେବେ, ନଭେମ୍ବର ୩୦ସୁଦ୍ଧା ଶିକ୍ଷକ ରେସନାଲଲାଇଯେସନ କାମ ସରିବ । ବିଦ୍ୟାଳୟ ଜମି ପଟ୍ଟା ପାଇଁ ଆର ଆଇ ପାଖରୁ ନକ୍ସା ଓ ଆବଶ୍ୟକ ନଥିପତ୍ର ଡିସେମ୍ବର ୧୫ତାରିଖ ସୁଦ୍ଧା ଦେବେ । ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ମଧ୍ୟାହ୍ନଭୋଜନ ପାଚିକା ଯେଉଁମାନଙ୍କର ୬୦ବର୍ଷ ପୂରିଯାଇଛି ସେମାନଙ୍କୁ ବଦଳାଇବା, ବକେୟା ଥିବା ୟୁ ସି ଗୁଡିକ ଯଥା ଶୀଘ୍ର ଦାଖଲ କରିବେ ଆଦି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ, ତୃତୀୟ ଓ ପଞ୍ଚମ ସରକାରୀ ବୃତ୍ତି ପରୀକ୍ଷା ଡିସେମ୍ବର ୧୨ତାରିଖରେ ଥିବାରୁ ଡିସେମ୍ବର ୮ତାରିଖରେ ଆଡମିଟ କାର୍ଡ ଦିଆଯିବ । ଇୟରଲିି ଡାଟା ୫ଦିନ ଭିତରେ ଦେବେ ବୋଲି ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବ୍ଲକର ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ । ଶେଷରେ ତେଲିବନ୍ଧ ସି ଆର ସି ସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

19 + ten =