ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ

0 210

ବୌଦ୍ଧ.୨୮/୧୧- ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ୧୮-୧୯ ବର୍ଷ ବୟସର ଯୁବପିଢି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବାପାଇଁ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା , ଉପ-ଜିଲ୍ଲାପାଳ-ତଥା-ଭୋଟର ପଞ୍ଜିକରଣ ଅଧିକାରୀ, ସନତ କୁମାର ନାଏକ, ଡେପୁଟି କଲେକ୍ଟର (ନିର୍ବାଚନ) ଅବନିକାନ୍ତ ସାହୁ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୨ କିଭଳି ଭାବରେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବହୁମାତ୍ରାରେ ଭୋଟର ପଞ୍ଜିକରଣ ହୋଇପାରିବ, ଯେମିତି ୧୮ ବର୍ଷ ବୟସ ବ୍ୟକ୍ତି ବିଶେଷ କେହିବି ଭୋଟର ହେବାରୁ ବଞ୍ଚିତ ନ ହୁଅନ୍ତି ଏବଂ ଭୋଟର ତାଲିକା ନିର୍ଭୁଲ ଭାବରେ ପ୍ରକାଶନ ହେବ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନେ ବିଭିନ୍ନ ଭୋଟର ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ସ୍ୱତନ୍ତ୍ର ପ୍ରଚାର ଦିବସକୁ ତଦାରଖ କରିଥିଲେ । ଚଳିତବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଅଛି । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × four =