୧୮ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

0 69

ବୌଦ୍ଧ,୧୧/୧- ବୌଦ୍ଧଜିଲ୍ଲା ପାଲଝାରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଅଧ୍ୟକ୍ଷତା କରିବାସହ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ଅମରେଶ ଖୁଣ୍ଟିଆ ଅନଲାଇନ ମାଧ୍ୟମରେ ବୈଠକକୁ ପରିଚାଳନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାସ କେନ୍ଦ୍ରଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ଉପସ୍ଥିତ ସଭ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ବିଭିନ୍ନ ସଫଳ ପରୀକ୍ଷଣଗୁଡିକୁ ନିଜନିଜ ବିଭାଗ ଜରିଆରେ ପ୍ରଚାର ଓ ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ପ୍ରମୁଖ ପ୍ରତିଷ୍ଠାନ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ୱର ବିଭାଗୀୟ ମୁଖ୍ୟ ଡ. ଗୋବିନ୍ଦ ଆଚାର୍ଯ୍ୟ ଅନଲାଇନରେ ଯୋଡିହୋଇ ଉଦ୍ୟାନ କୃଷି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ, ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ଜଳଛାୟା ମିଶନ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତି, ଜାତୀୟ ଉଦ୍ୟାନ ଗବେଷଣା କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ରଜନୀଶ ମିଶ୍ର, ଜିଲ୍ଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ, ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଲିପ୍‌ସା ପଟ୍ଟନାୟକ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ, ଜିଲ୍ଲାପ୍ରକଳ୍ପ ସଂଯୋଜକ ମିଶନଶକ୍ତି ଦେବଦତ୍ତ ମିଶ୍ର, ସଂପାଦକ ନିୟନ୍ତ୍ରିତ ବଜାର କମିଟି ସଞ୍ଜୟ କୁମାର ପଟ୍ଟନାୟକ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ/ବୈଜ୍ଞାନିକାମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ଅର୍ଦ୍ଧବାର୍ଷିକ ସମାଚାର ପତ୍ରିକା ‘କୃଷି ବାର୍ତ୍ତା’ ବିହନ ବିଶୋଧନ, ଧାନ ଫସଲରେ ଅନାବନା ଘାସ ଓ ଜଳ ପରିଚାଳନା, ଉନ୍ନତ ପ୍ରଣାଳୀରେ ହରଡ ଚାଷ, ଚିନାବାଦାମ ଚାଷ ସମ୍ବନ୍ଧୀୟ ପୁସ୍ତକ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକା ସସ୍ମିତା ପ୍ରିୟଦର୍ଶିନୀ, ମୟୁରୀ ସିଂ ସରଦାର କାର୍ଯ୍ୟକ୍ରମ ପରିଚାଳନା କରିବାସହ ହରପ୍ରିୟା ସେଠୀ, ବିକ୍ରମ କେଶରୀ ପରମାଣିକ, ସଦାକତ୍‌ ଅଲ୍ଲୀ, ତ୍ରିନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

13 + 14 =