କେବେ ସୁଧୁରିବ ବହିରା -ତେନ୍ତୁଳିପାଲି ରାସ୍ତାର ଅବସ୍ଥା, ଟିକିଏ ବର୍ଷାରେ ଅବସ୍ଥା ବେହାଲ୍‌

0 747

ବୌଦ୍ଧ,୨୮/୫- ବୌଦ୍ଧବ୍ଲକ୍‌ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ବହିରା ଦେଇ ତେନ୍ତୁଳିପାଲି ଗ୍ରାମକୁ ଯାଇଥିବା ରାସ୍ତା ଅବସ୍ଥା କେବେ ସୁଧୁରି ପାରୁନାହିଁ । ପ୍ରତିବର୍ଷ ଏ ରାସ୍ତା ମରାମତି କରାଯାଇ ଠିକାଦାର ମାଲାମାଲ୍‌ ହେଉଥିବା ବେଳେ ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଜନସାଧାରଣଙ୍କ ଯାତାୟତ ଠପ୍‌ ହୋଇଯାଉଥିବା ଦେଖିବାକୁ ମିଳୁଛି । ଗତ ‘ୟାସ’ ବାତ୍ୟା ସମୟରେ ହୋଇଥିବା ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ଯାହା ହୋଇଛି ଧାନଗଛ ରୋପଣ କଲେ ହଳ ମଧ୍ୟ କରିବାକୁ ପଡିବ ନାହିଁ । ଯାନବାହନ ଚଳାଚଳ ପଛର କଥା ରାସ୍ତାରେ ଖାଲି ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡିଛି । କିଛି ଦିନ ପୂର୍ବରୁ ଏ ରାସ୍ତା ଉପରେ ଜଣେ ଠିକାଦାର ମାଟି ପକାଇଥିଲେ । ପୁରୁଣା ବହିରା ଗ୍ରାମବାସୀ ବିନା ସୂଚନା ଫଳକରେ କେମିତି ରାସ୍ତା କାମ ହେଉଛି ବୋଲି ଅଭିଯୋଗ କରିବାରୁ କୌଣସି ସରକାରୀ କାମ ହେଉନାହିଁ ଓ ସେ ନିଜେ ମାଟି ପକାଉଛନ୍ତି ବୋଲି କହିଥିଲେ । ବର୍ତ୍ତମାନ ବର୍ଷାରେ ଏ ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡିଥିବାବେଳେ ରାସ୍ତାର ତୁରନ୍ତ ମରାମତି କରାଯିବାକୁ ପୁରୁଣା ବହିରା ଓ ତେନ୍ତୁଳିପାଲି ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 4 =