ବୌଦ୍ଧ: ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ

0 136

ବୌଦ୍ଧ,୧୮/୪- କୋଭିଡ କଟକଣା ଯୋଗୁଁ ଗତ ୨ବର୍ଷ ହେଲା ବୌଦ୍ଧଜିଲ୍ଲାରେ ଜିଲ୍ଲାପାଳଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା । କୋଭିଡ କଟକଣା ହଟିବାପରେ ଆଜି ତୃତୀୟ ସୋମବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏହି ଶିବିରରେ ୨୫ଟି ଅଭିଯୋଗ ଶୁଣାଣୀ ହୋଇଥିଲା । ଅଭିଯୋଗ ଗୁଡିକ ମଧ୍ୟରେ ଜାତିଗତ ପ୍ରମାଣପତ୍ର ପାଇବା, ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା, ଯାତ୍ରୀ ବିଶ୍ରାମାଗାର ବିଲ୍‌ ପ୍ରାପ୍ୟ, ପୁଅର ମୃତ୍ୟୁର ନ୍ୟାୟ, ଭିନ୍ନ କ୍ଷମ ଭତ୍ତା ପ୍ରାପ୍ୟ, ଅଧିକ ଚାଉଳ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବୋରୱେଲ ଖନନ, ପୋଲ ନିର୍ମାଣ ସମ୍ବନ୍ଧେ, ପୋଖରୀର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ, ପେନସନ ସମସ୍ୟା ପ୍ରମୁଖ ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଉପ-ଜିଲ୍ଲାପାଳ ସନତ ନାୟକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ମାସର ପ୍ରତି ତୃତୀୟ ସପ୍ତାହରେ ବୌଦ୍ଧ ସଦର ମହକୁମାଠାରେ ଏହି ଶିବିର ଅନୁଷ୍ଠତ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 8 =