ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

0 74

ବୌଦ୍ଧ,୧୨/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶୁଣାଣୀ ଶିବିରରେ ସମୁଦାୟ ୧୧୫ ଟି ଅଭିଯୋଗ ଆସିଥିବାବେଳେ ୧୦୬ ଟି ବ୍ୟକ୍ତିଗତ ମାମଲା,୯ ଟି ବିଭିନ୍ନ ଗ୍ରାମର ସାମୂହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୫୬ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇ ସେଥିମଧ୍ୟରୁ ୧୫ ଟି ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୫୯ହଜାର ୫୦୦ଟଙ୍କା ଏବଂ ଜ଼ିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩ଜଣଙ୍କୁ ୧୧ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପ-ଜ଼ିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଟି. ଆର. ଓ. ମହାପାତ୍ର କୁଲଦୀପ ମହାନ୍ତି ଓ ସମସ୍ତ ଜ଼ିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ବି. ଡ଼ି. ଓ. ରବୀନ୍ଦ୍ର ନାଥ କଁଅର ଓ ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର, ଏ. ବି. ଡ଼ି. ଓ. ସୁବାଷ ଚନ୍ଦ୍ର ଯାନୀ ଏବଂ ଜ଼ିଲ୍ଲା କାର୍ଯ୍ୟଳୟର କନିଷ୍ଠ ରାଜସ୍ୱ ସହାୟକ ସୁନୀଲ ବେହେରା ଏବଂ ହରଭଙ୍ଗା ବ୍ଲକ ଏବଂ ତହସିଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ରାଜିଂ ଗ୍ରାମର ୭୭ବର୍ଷୀୟା ବୃଦ୍ଧା ସୌଦାମିନୀ କଅଁରଙ୍କୁ ତିନିଚକିଆ ସାଇକେଲ ସହ ରେଡ଼କ୍ରସ ପାଣ୍ଠିରୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × 5 =