ବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା ଅମଲା ସଂଘ ଶାଖା ପକ୍ଷରୁ ସ୍ଥାନୀୟ ମାଉସୀମା’ ମନ୍ଦିର ପରିସରରୁ ଶତାଧିକ କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ୨୦୧୭ ମସିହା ରାଜ୍ୟ ସରକାରଙ୍କ ନିୟମ ମୁତାବକ ରାଜ୍ୟର ସମସ୍ତ ଅମଲା କର୍ମଚାରୀଙ୍କୁ ୪୨୦୦ ଗ୍ରେଡ଼ ପେ ଲାଗୁ କରିଥିଲେ, ଯୁକ୍ତ+୨ରୁ ସ୍ନାତକତର ଥିବା କର୍ମଚାରୀଙ୍କୁ ଗ୍ରେଡ଼ ପେ ୪୨୦୦ କରିଥିବାବେଳେ ଜିଲ୍ଲାରେ କାର୍ଯ୍ୟରତ ଅମଲା କର୍ମଚାରୀଙ୍କୁ ଏହାର ଅନ୍ତର୍ଭୁକ୍ତ କରିନାହାନ୍ତି । ଯାହାଫଳରେ ଅମଲାମାନଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି । ଏହି ଦାବିକୁ ଦୀର୍ଘଦିନ ହେବ ଦାବିକରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଥିବାବେଳେ ଯଦି ଏହି ଦାବି ଆଗାମୀ ୨୭ତାରିଖ ପୂର୍ବରୁ ପୂରଣ ନହେଲେ ରାଜ୍ୟର ତିରିଶ ହଜାର ଅମଲା କର୍ମଚାରୀ ୨୭ତାରିଖ ଦିନ ରାଜ୍ୟ ସରକାରଙ୍କ ସଚିବାଳୟ ଘେରାଓ ହେବ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଅମଲାସଂଘ ବୌଦ୍ଧଜିଲ୍ଲା ଶାଖାର ସଭାପତି ଶତ୍ରୁଜିତ ମହାପାତ୍ର, ସଂପାଦକ ସୁଦାମ ମିଶ୍ର, ସୁପ୍ରଭା ପ୍ରଧାନ, ଉପଦେଷ୍ଟା ରାଜଗୋପାଳ ମହାପାତ୍ରଙ୍କ ସମେତ ଅମଲାସଂଘର କର୍ମଚାରୀମାନେ ଉପସ୍ଥିତ ଥିଲେ ।