ରାସ୍ତା ପ୍ରଶସ୍ତିକରଣ ପାଇଁ ଘରଭଙ୍ଗା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର

0 297

ବୌଦ୍ଧ,୫/୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକରେ ରାସ୍ତାପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନ ବଜାର ଭଙ୍ଗାଯିବା ପାଇଁ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ପ୍ରତିବାଦ କରି ସ୍ଥାନୀୟ ବ୍ୟବସାୟୀମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତକାଲି ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ମାପଜୁପ କରି ରାସ୍ତାକଡରେ ଥିବା ଦୋକାନ ବଜାର ଭାଙ୍ଗିବା ପାଇଁ ଚିହ୍ନ ଦେଇଥିବାବେଳେ ଆଜି ଅଞ୍ଚଳର ବ୍ୟବସାୟୀମାନେ ଏହାର ପ୍ରତିବାଦରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ବ୍ୟବସାୟୀମାନେ ଉଲ୍ଲେଖ କରିଛନ୍ତି ଯେ ୫୦ ବର୍ଷ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ହଠାତ୍‌ ଏହି ଘର ଭାଙ୍ଗିଦେଲେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଦୋକାନ ସମ୍ମୁଖରେ ଥିବା ଡ୍ରେନେଜ ଉପରେ ସ୍ଥାୟୀ ବ୍ୟବସାୟ ନକରିବାପାଇଁ କିଛିଦିନ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଚାରିଛକର ବ୍ୟବସାୟୀ ବାବୁଲି ସେଠୀ, ଉଦ୍ଧବ ଚନ୍ଦ୍ର ସାହୁ, ତ୍ରିନାଥ ନାୟକ, ଦୁର୍ଯ୍ୟୋଧନ ସାହୁ, ଦୀପକ ଜୟସ୍ୱାଲ, ସନ୍ତୋଷ କୁମାର ମହାନ୍ତି, ଦିବାକର ବାରିକଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 1 =