ବୌଦ୍ଧରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ

0 73

ବୌଦ୍ଧ,୧୯/୬:- ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନକରି ଶ୍ରୀଜିଉମାନେ ଅସୁସ୍ଥ ହୋଇପଡିଥିଲେ । ୧୫ ଦିନ ପରେ ଆଜି ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୌଦ୍ଧସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଅନବସର ପରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ସକାଳ ସାଢେ ୮ଟାରେ ନୀତିନିର୍ଘଣ୍ଟ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ବିଭୁଦତ୍ତ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିବାବେଳେ କର୍ତ୍ତାଭାବେ ଶଙ୍କର ପୁରୋହିତ ପୂଜାରେ ବସିଥିଲେ । ସକାଳ ୧୦ଟା ସମୟରେ ମହାପ୍ରଭୁଙ୍କ ଦର୍ଶନ ପରେ ମନ୍ଦିରରେ ପତାକା ବନ୍ଧା ହୋଇଥିଲା । ମାଉସୀ ମା ମନ୍ଦିରରେ ନୀତିକାନ୍ତି ଅନୁଷ୍ଠିତ ହେବାପରେ ରଥ ଉପରେ ପୂଜା କରାଯାଇ ପତାକା ବନ୍ଧା ଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତ, ରଘୁନାଥ ଷଡ଼ଙ୍ଗୀ, ବିଶ୍ୱଜିତ ମିଶ୍ର, ଆଶୁତୋଷ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀଜିଉଙ୍କ ଏହି ନବଯୌବନ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

hiranchal ad1
Leave A Reply

Your email address will not be published.

three × five =