ଗ୍ରାମବାସୀଙ୍କ ଦ୍ୱାରା ମରାମତି ହେଲା ରାସ୍ତା

0 928

ବୌଦ୍ଧ /ବାଉଁଶୁଣୀ,୭/୯- ବୌଦ୍ଧ ବ୍ଲକ୍‌ ମନୁପାଲି ଗ୍ରାମ ପଂଚାୟତର ଜମଟାଙ୍ଗୀ ଠାରୁ ମନୁପାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁଦିନରୁ ଖାଲଖମାରେ ପରିଣତ ହୋଇରହିଥିଲା । ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଗମନାଗମନ କଷ୍ଟକର ହୋଇ ପଡୁଥିଲା । ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ଯୋଗୁଁ ଲୋକେ ଅଣ୍ଟା ଭିଡିଲେ । ଖଲିଆପାଲି ସରପଞ୍ଚ ଶେଷଦେବ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ମରାମତି କରାଯାଇଛି । ଫଳରେ ଏ ରାସ୍ତାରେ ଯାତାୟାତ କରିବା ବର୍ତ୍ତମାନ ସହଜ ହୋଇଛି । ଗ୍ରାମବାସୀଙ୍କ ଏଭଳି କାମକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − eighteen =