ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ଏଆଇୱାଏଫ ପକ୍ଷରୁ ବୌଦ୍ଧଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

0 138

ବୌଦ୍ଧ,୨୦/୧୦- ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ମା’କୁ ସମ୍ମାନ ଗାଁକୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜୁ ଜନତାଦଳର ଅସଲ ମୁଖାକୁ ପଦାରେ ପକେଇ ଦେବାସହ ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିି ଜଳ ଜଳ ହୋଇ ଦିଶୁଛି । ନିଜକୁ ସ୍ୱଚ୍ଛ ନିର୍ମଳ କହୁଥିବା ନବୀନ ସରକାରର ହାତ ମଧ୍ୟ ଅତୀତରେ ଅନେକ ମହିଳାଙ୍କ ଅତ୍ୟାଚାର ନିର୍ଯ୍ୟାତନାର ରକ୍ତରେ ରଙ୍ଗିତ । ଏଣୁ ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀରେ ଏବଂ ଘଟଣାର ନିରପେକ୍ଷ ତଦନ୍ତ ନିମିତ୍ତ ତୁରନ୍ତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ଅଖିଳ ଭାରତ ଯୁବସଂଘ ଏଆଇୱାଏଫ ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ ଜିଲ୍ଲା ସମ୍ପାଦକ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ବସଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସମ୍ପାଦକ ଅବକାଶ ସାହୁ, ହିରଣ୍ୟ ଦ୍ୱିପ , ରଞ୍ଜନ ରଣବିଡା, ଦିଲ୍ଲିପ କୁମାର ସାହୁ, ତପନ ବେହେରା ,ନିରାକାର ପ୍ରଧାନ ,ପ୍ରଦୀପ କୁ.ସାହୁ , ଗଗନ ରଣା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + fourteen =