ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ

0 73

ବୌଦ୍ଧ,୨୯/୧୦- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ.ପାଳିତ ହୋଇଯାଇଛି । ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଘଟିଯାଇଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ମନେପକାଇ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତରାଜ ପ୍ରତିନିଧି ଓ ମହିଳା ସ୍ୱୟଂ ସହାୟକ ଦଳ ମାନେ କିପରି ନିଜକୁ ପ୍ରସ୍ତୁତ କରି ରଖିପାରିବେ ସେ ଉପରେ ଆଲୋଚନା ହୋଇଥିଲା । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକା ବବିତାରାଣୀ ଦଳବେହେରାଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଅଧିକାରୀମାନେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ସମସ୍ତଙ୍କର ସହଯୋଗିତାରେ ପ୍ରାକୃତିକ ବିପର୍ଯ୍ୟୟର ଦୃଢ ମୁକାବିଲା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ପରିବେଶର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତରାଜ ଅନୁଷ୍ଠାନ ବା ପ୍ରତିନିଧି ସଫଳ ବିପର୍ଯ୍ୟୟ ପରିଚାଳନାର ମେରୁଦଣ୍ଡ ଏହି ବର୍ଷର ଆଲୋଚନାର ବିଷୟ ବସ୍ତୁ ଥିଲା । ଧନ,ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବାପାଇଁ ଶପଥ ପାଠ କରିଥିଲେ । ସର୍ବଶେଷରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଶପଥ ପାଠ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − seven =