ବୌଦ୍ଧ,୩/୮- ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଅଭିଯାନର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ବୌଦ୍ଧ ଜିଲ୍ଲାର ପୋଷ୍ଟ ଅଫିସ ମାନଙ୍କରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ମୂଲ୍ୟରେ ମିଳୁଛି । ଗୋଟିଏ ପତାକା ପାଇଁ ୨୫ ଟଙ୍କା ପୈଠକରି ସମସ୍ତ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜଘର ଛାତ ଉପରେ ଓ କାର୍ଯ୍ୟାଳୟ ମାନଙ୍କରେ ପତାକା ଉଡ଼ାଇବା ଅଭିଯାନରେ ସାମିଲ ହୋଇପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଏହିସବୁ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଡାକଘର ମୁଖ୍ୟ ଡାକପାଳ କାଳିି ପ୍ରସନ୍ନ ହୋତା, ପୋଷ୍ଟ ଅଫିସର କର୍ମଚାରୀ ଜୟନ୍ତ ସାହୁ, ମାନସ ସାହୁ, ଶୋଭରାମ୍ ଖେଡିଆ, ଶ୍ରୀମତୀ ନମିତା ମିଶ୍ରଙ୍କ ସମେତ ଜିଲ୍ଲା ବିଜେପି ମୁଖପାତ୍ର ପ୍ରେମାନନ୍ଦ ମିଶ୍ର , ଜିଲ୍ଲା ବିଜେପି ସହ ସଂଯୋଜକ ତାପସ କୁମାର ପଟ୍ଟନାୟକ , ବ୍ୟୋମକେଶ ମହାପାତ୍ର, ନିରଞ୍ଜନ ଦାନୀ, ରାଜ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।