ବୌଦ୍ଧ,୧୩/୩- ପେଟ୍ରୋଲ୍, ଡିଜେଲ ଓ ରୋଷେଇ ଗ୍ୟାସ୍, ଡାଲି ଓ ଖାଇବା ତେଲ ଆଦିର ଦରବୃଦ୍ଧି ସହିତ ଧାନର ଅଭାବୀବିକ୍ରୀ ବିରୋଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏନଏସି ଛକ ଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ଓ ମହିଳାମାନେ ଥାଳି ବାଡେଇ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଦିନ ୧୧ ଘଣ୍ଟା ଠାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟାଧରି ଥାଳି ବାଡେଇ ବିଭିନ୍ନ ସ୍ଳୋଗାନ ଦେଇ ପ୍ରତିବାଦ ଜାରି ରଖିଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ସମେତ ପୂର୍ବତନ ସଭାପତି ନାରାୟଣ ପରିଜା, ବରିଷ୍ଠ କଂଗ୍ରେସ ନେତା ସମରେଶ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମେହେର, ମଜଦୁର କଂଗ୍ରେସର ସଭାପତି ସରୋଜ କୁମାର ପ୍ରଧାନ, ପଙ୍କଜ କୁମାର କର୍ଣ୍ଣ, ପୌଲସ୍ତୀ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ପ୍ରଦୀପ କୁମାର ଦାସ୍, ଶିବ ବେହେରା, ଅର୍ଜୁନ ମହାନନ୍ଦିଆ, ରୋହିତାଶ୍ୱ ବେହେରା, କନିଷ୍ଠ ରାଜହଂସ, ଗଣେଶ ଅଗ୍ରୱାଲ, ନଗର କଂଗ୍ରେସର ସଭାପତି ତପନ କୁମାର ରାଉତରାୟ, ନବାଇ ଦେହୁରୀଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।