ଜୁନ ୩ ରୁ ୫ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ

0 373

ବୌଦ୍ଧ /ଜହ୍ନ ।ପଙ୍କ,୨/୬: ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠ ପରିସରରେ ଗନ୍ଧରାଢୀ ଲୋକକଳା କମିଟି ଓ ଅଞ୍ଚଳବାସୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରଥମ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ଜୁନ ୩ ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ । ଏଥିପାଇଁ ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଜିଲ୍ଲାପାଳ ଲଲ ।ଟେନ୍ଦୁ ମିଶ୍ର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର ତଦାରଖ କରୁଛନ୍ତି । ଆସନ୍ତାକାଲି ମହୋତ୍ସବ ଉଦଘାଟନ ହେବ । ଏହି ଅବସରରେ ସକାଳୁ ମହିଳାମାନଙ୍କ ଦ୍ୱାରା ମହାନଦୀ ଜଗତି ଘାଟରୁ ଏକ କଳସ ଶୋଭାଯାତ୍ରା ହୋଇ ଗନ୍ଧରାଢୀ ପୀଠରେ ସ୍ଥାପନ କରାଯିବ । ଅପରାହ୍ନ ୪ଟାରେ ଜହ୍ନ ।ପଙ୍କ ହନୁମାନ ମନ୍ଦିରରୁ ମଶାଲ ନେଇ ସାଂସ୍କୃତିକ ଦଳ ଶୋଭାଯାତ୍ରାରେ ବାହାରି ମନ୍ଦିର ପରିସରରେ ପହଁଚିବେ । ସନ୍ଧ୍ୟାରେ ଉଦଘାଟନୀ ଉତ୍ସବରେ ମାନ୍ୟବର କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଅତିରିକ୍ତ ସଚିବ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ୬ନଂ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, ୫ ନଂ ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ଝାଙ୍କର, ୪ ନଂ ଜିଲ୍ଲା ପରିଷଦ ସଭ୍ୟ ଇଂ. ରାକେଶ ତ୍ରିପାଠୀ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଯୋଗଦେବେ । ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ହାଡ଼ିବନ୍ଧୁ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୪ ତାରିଖ ୩ ଟାରେ ଆଲୋଚନା ଚକ୍ର ‘ବୌଦ୍ଧର ଲୋକସଂସ୍କୃତି ଓ କଳା’ ସମ୍ପର୍କରେ ଆଲୋଚନା ହେବ । ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଳକ ଅଧ୍ୟକ୍ଷ । ସସ୍ମିତା ସେନାପତି, ବୌଦ୍ଧ ବିଜ୍ଞାପିତ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,୧ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ,୨ ନଂ ପଦ୍ମାଳୟା ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଜ୍ୟୋତି ରଞ୍ଜନ ବହିଦାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୬ ତାରିଖ ମହୋତ୍ସବର ଉଦଯାପନୀ ଦିବସ ଅପରାହ୍ନରେ ଆଲୋଚନା ଚକ୍ରରେ ଗନ୍ଧରାଢୀର ଇତିହାସ, କଳା ଓ ଭାସ୍କର୍ଯ୍ୟ ଉପରେ ଆଲୋଚନା ହେବ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଆର୍କିଟେକ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ(ଭୁବନେଶ୍ୱର),ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ୭ ନଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ୮ ନଂ ସଭ୍ୟା ତାରାମଣି ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ବି ଆର ଏମ୍‌ ଗ୍ରୁପର ନିର୍ଦ୍ଦେଶକ ହୃଷିକେଶ ମିଶ୍ର(ଭୁବନେଶ୍ୱର)ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଲୋକକଳା ମହୋତ୍ସବ କମିଟିର ସଭାପତି ଅଶୋକ ସାହୁ ଓ ସାମ୍ପାଦକ ଶମ୍ଭୁ ଗିରି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । ଏହି ମହୋତ୍ସବରେ ପଲ୍ଲୀଶ୍ରୀ ମେଳା, ମିନ ।ବଜାର ଓ ପ୍ରତ୍ୟେକ ଦିନ ରାତି ୮ ରୁ ୧୧ ଟା ପର୍ଯ୍ୟନ୍ତ ଜିଲ୍ଲା ତଥା ଜିଲ୍ଲା ବାହାରର ସାଂସ୍କୃତିକ ଦଳ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ ।

hiranchal ad1
Leave A Reply

Your email address will not be published.

thirteen − 9 =