ପୁରୁଣାକଟକ ମା ଭୈରବୀଙ୍କ ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

0 348

ହରଭଙ୍ଗା/ପୁରୁଣାକଟକ,୧୯/୯- ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ସ୍ଥିତ ମା’ ଭୈରବୀଙ୍କ ପୀଠରେ ଷୋଳ ପୂଜା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷୋଳ ପୂଜା ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା । ଆସନ୍ତା ୨୯ ତାରିଖ ମୂଳାଷ୍ଟାମୀ ଠାରୁ ଷୋଳପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ।

hiring

ବୈଠକରେ ସମ୍ପାଦକ ଶୁଷେଣ ପ୍ରଧାନ, ଉପସଭାପତି ରସାନନ୍ଦ ସାହୁ, ଅକ୍ରୁର ସେଠୀ, କୋଷାଧ୍ୟାକ୍ଷ ସରୋଜ ପ୍ରଧାନ ଏବଂ ଅଞ୍ଚଳ ର ଷୋଳଖଣ୍ଡ ମୌଜାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ୨୯ତାରିଖ ମୂଳାଷ୍ଟମୀରେ ମାଙ୍କ ଷୋଳ ପୂଜା ଆରମ୍ଭ ହେଉଥିବାବେଳେ ଅକ୍ଟୋବର ୬ତାରିଖରେ ମହାଳୟା ଅମାବାସ୍ୟା ପୂଜା, ୧୨ତାରିଖରେ ମହାଷ୍ଟମୀ ପୂଜା, ୧୩ ତାରିଖରେ ମା’ ଙ୍କ ଠାରେ ନବାନ୍ନ ଲାଗିହେବ । ସେହିପରି ୧୫ ତାରିଖରେ ବିଜୟା ଦଶମୀ ଓ ଦଶହରା ପର୍ବ ଅନୁଷ୍ଠିତ ହେବ ଏବଂ ୨୦ ତାରିଖ କୁମାର ପୂର୍ଣ୍ଣମୀରେ ବିସର୍ଜନା ପୂଜା ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

twenty − sixteen =