ଧାନକ୍ରୟ ଦାବିରେ ଆମ୍ବଗାଁଠାରେ ରାଜ୍ୟରାଜପଥ ଅବରୋଧ

0 80

ବୌଦ୍ଧ,୧୪/୩ – ବୌଦ୍ଧ ଜିଲ୍ଲାରେ ଖରିଫ ଧାନକ୍ରୟରେ ଅଚଳାବସ୍ଥା ଲାଗି ରହିଥିବା ଯୋଗୁଁ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ନାନାଦି ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରୁ ଟାର୍ଗେଟ ସରି ଯାଇଥିବା ଯୋଗୁଁ କେବଳ ପ୍ରଥମ ଟୋକନର ଧାନ କ୍ରୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଫେବ୍ରୁଆରୀ ସରିବା ପୁର୍ବରୁ ସମସ୍ତ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲି ଯାଇଥିଲା । ପ୍ରଶାସନ ଏପଟ ସେପଟ କରି ଦିନେ ଦୁଇ ଦିନ ପରିଚାଳନା କଲା ପରେ ବର୍ତ୍ତମାନ ଅନେକ ମଣ୍ଡିର ଟାର୍ଗେଟ ନ ଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି । ଆଜି କଣ୍ଟାମାଳ ବ୍ଲକ ଆମ୍ବଗାଁ ଠାରେ ଘଣ୍ଟାପଡା ସେବା ସମବାୟ ସମିତିର ଚାଷୀମାନେ ମନମୁଣ୍ଡା – ସିନ୍ଧିଗୋରା ୪୧ ନମ୍ବର୍‌ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଚାଷୀ ମାନଙ୍କ ସହିତ ବିଜେପିର ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ମିଶ୍ର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

fourteen + 7 =