ବୌଦ୍ଧ/ବାଉଁଶୁଣୀ,୫/୪- ବୌଦ୍ଧବ୍ଲକ୍ ବାଉଁଶୁଣୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାବେଳେ ବାରମ୍ବାର ବିଦ୍ୟୁତ୍ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗତକାଲି ସନ୍ଧ୍ୟା ୮ ଘଣ୍ଟା ଠାରୁ ରାତି ୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକେ ବହୁତ ହଇରାଣ ହୋଇଥିଲେ । ବର୍ତ୍ତମାନ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଘର ଘର ଯାଇ ବିଦ୍ୟୁତ୍ ଶୁଳ୍କ ଆଦାୟ କରୁଥିବା ବେଳେ ବକେୟା ରହିଥିବା ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି ।